ନାଗପୁର: ଦେଶରେ ମୁସଲମାନମାନଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି। ଗତକାଲି ସେ ନାଗପୁରଠାରେ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ଆୟୋଜିତ ଏକ ରାଲିରେ ଏହା କହିଥିବା ଜଣାଯାଇଛି। ବିଜେପି ଏବଂ ଆରଏସଏସ ପକ୍ଷରୁ ଆୟୋଜିତ ଏହି ରାଲିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଆହୁରି ମଧ୍ୟ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ଭାରତୀୟ ମୁସଲମାନମାନଙ୍କ ବିରୋଧରେ ନୁହେଁ। ଏହାକୁ ନେଇ ସେମାନେ ବିଚଳିତ ହେବା ଉଚିତ ନୁହେଁ।
Image Source-India Todayବିଜେପି ମୁସଲମାନ ବିରୋଧୀ ନୁହେଁ । ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ ଏଥିରେ ସଫଳ ହେବେ ନାହିଁ । କିଛି ବିରୋଧୀ ଦଳ ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ଭୟ ସୃଷ୍ଟି କରିବା ସହ ରାଜନୀତି କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଅଭିଯୋଗ କରିଛନ୍ତି । ଏହି ଆଇନ ଆଦୌ ମୁସଲମାନ ବିରୋଧୀ ନୁହେଁ। ତେଣୁ ସମସ୍ତେ ଏହି ଆଇନକୁ ନେଇ ଥିବା ସତ୍ୟତାକୁ ସୋସିଆଲ ମିଡିଆରେ ସେୟାର କରିବାକୁ ସେ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/nitin-gadkari-oneindia.jpg)