ସିଏଏ-ଏନ୍‌ଆର୍‌ସି ନେଇ ଜେଡିୟୁରେ ମତଭେଦ ତୀବ୍ର, ବିହାରରେ ଲାଗୁ ହେବନାହିଁ: ପ୍ରଶାନ୍ତ କିଶୋର

ପାଟନା: ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକତା ପଂଜିକା (ଏନ୍‌ଆର୍‌ସି)କୁ ନେଇ ବିହାର ଜେଡିୟୁରେ ତୀବ୍ର ମତଭେଦ ଦେଖିବାକୁ ମିଳିଛି। ଦଳ ସୁପ୍ରିମୋ ନୀତୀଶ କୁମାର ସିଏଏର ଜଣେ ଦୃଢ଼ ସମର୍ଥକ ଥିବା ବେଳେ ସଂସଦର ଉଭୟ ଗୃହରେ ଏ ବାବଦ ବିଲ୍‌କୁ ଜେଡିୟୁ ସମର୍ଥନ ଦେଇଥିଲା। ତେବେ ଜେଡିୟୁ ଉପସଭାପତି ପ୍ରଶାନ୍ତ କିଶୋର ଦଳର ଏହି ନିଷ୍ପତ୍ତିକୁ ଚ୍ୟାଲେଂଜ କରିବା ସହ ବିହାରରେ ସିଏଏ ଲାଗୁ ହେବନାହିଁ ବୋଲି କହିଛନ୍ତି। ଏହା ସହିତ କଂଗ୍ରେସ ଦେଶବ୍ୟାପୀ ସିଏଏ ବିରୋଧରେ ପ୍ରଚାର ଜାରି ରଖିଥିବାରୁ ସେ କଂଗ୍ରେସକୁ ଧନ୍ୟବାଦ ଜଣାଇଛନ୍ତି।

ଆଜି ପ୍ରଶାନ୍ତ କିଶୋର ବିହାରରେ ସିଏଏ-ଏନ୍‌ଆରସି ଲାଗୁ ହେବନାହିଁ ବୋଲି ଘୋଷଣା କରି ଗୋଟିଏ ପଟେ ନୀତୀଶଙ୍କ ଅଡ଼ୁଆ ବଢ଼ାଇ ଦେଇଥିବା ବେଳେ ଅନ୍ୟପଟେ ବିଜେପି ମଧ୍ୟ ଜେଡିୟୁ ନେତାଙ୍କ ବୟାନ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏନ୍‌ଡିଏ ମେଣ୍ଟରେ ଏଭଳି ବିଶୃଙ୍ଖଳା ଜେଡିୟୁ ପାଇଁ ମହଙ୍ଗା ପଡ଼ିବ ବୋଲି କେତେକ ବିଜେପି ନେତା ଚେତାଇ ଦେଇଛନ୍ତି। ସିଏଏ-ଏନ୍‌ଆର୍‌ସି ବିରୋଧରେ ବୟାନ ଦେଇ ବିହାରରେ କଂଗ୍ରେସ ଏବଂ ଆର୍‌ଜେଡି ସହିତ ହାତ ମିଳାଇବା ପାଇଁ ପ୍ରଶାନ୍ତ କିଶୋରଙ୍କ ଏହା ଏକ ପ୍ରୟାସ ବୋଲି ମଧ୍ୟ କୁହାଯାଉଛି।

ସମ୍ବନ୍ଧିତ ଖବର