ସୁପ୍ରିମ୍‌ କୋର୍ଟରେ ସିଏଏ ବିରୋଧୀ ଆବେଦନ : କେରଳ ସରକାରଙ୍କୁ ରିପୋର୍ଟ ମାଗିଲେ ରାଜ୍ୟପାଳ

ନୂଆଦିଲ୍ଲୀ : କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ଙ୍କୁ କୌଣସି ସୂଚନା ନଦେଇ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାର ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ମାମଲା ଦାଏର କରିଥିବାରୁ ଆଜି ରାଜ୍ୟପାଳ ସରକାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏ ବାବଦରେ ରିପୋର୍ଟ ପ୍ରଦାନ କରିବାକୁ ରାଜଭବନ ପକ୍ଷରୁ କୁହାଯାଇଛି। ଏକ କେନ୍ଦ୍ରୀୟ ଆଇନକୁ ବିରୋଧ କରି ସୁପ୍ରିମ୍‌ କୋର୍ଟ ଯିବା ପୂର୍ବରୁ ରାଜ୍ୟପାଳଙ୍କ ସହିତ କାହିଁକି ଆଲୋଚନା କରାଗଲା ନାହିଁ, ସେ ବାବଦରେ ଜବାବ ରଖିବାକୁ କୁହାଯାଇଛି। ଗତମାସରେ କେରଳ ବିଧାନସଭାରେ ସିଏଏକୁ ବିରୋଧ କରି ଏକ ପ୍ରସ୍ତାବ ଗୃହୀତ ହେବାପରେ ରାଜ୍ୟପାଳ ଏହାକୁ ବିରୋଧ କରିଥିଲେ। ଦେଶର ଆଇନକୁ ଏଭଳି ବିରୋଧ କରିବାର ଅଧିକାର ରାଜ୍ୟମାନଙ୍କର ନାହିଁ ବୋଲି ରାଜ୍ୟପାଳ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର