ବିଜନୌର : ନାଗରିକତା (ସଂଶୋଧନ) ଆଇନ ପ୍ରତିବାଦରେ ଗତ କିଛି ଦିନ ଧରି ଦେଶର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ତେବେ ଏହାର ଫାଇଦା ନେଇ କେତେକ ଗୋଷ୍ଠୀ ହିଂସାକାଣ୍ଡ ଘଟାଇବାରେ ଲାଗିଛନ୍ତି । ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ଆସାମ, ପଶ୍ଚିମବଙ୍ଗ,କେରଳ, କର୍ଣ୍ଣାଟକ ପର୍ଯ୍ୟନ୍ତ ହିଂସା ବ୍ୟାପିଛି । ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଉତ୍ତରପ୍ରଦେଶ ।
बिजनौर में ठुल्लाजी क्रांति करते हुए आज़ादी की मांग कर रहे थे,जिन्हें पुलिस की जगह लोगों ने आज़ादी बख़्शी 😂🤣😜 pic.twitter.com/MPOCVbLeCZ
— आफरीन फातिमा 🛡️ (@Afraoo7) December 21, 2019
ରାଜ୍ୟର ବିଜନୌରରେ ପୁଲିସ ଗୁଳିରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତେବେ ଶନିବାରଦିନ ସହରରେ ବିକ୍ଷୋଭକାରୀମାନେ ହିଂସାକାଣ୍ଡ ଚଳାଇଥିବାବେଳେ ଜଣେ ଦଙ୍ଗାକାରୀ ସାଧାରଣ ଲୋକଙ୍କ ହାବୁଡ଼ର ପଡ଼ି ନିସ୍ତୁକ ମାଡ଼ ଖାଇଛି । ଉକ୍ତ ବ୍ୟକ୍ତି ହିସାଂକାଣ୍ଡ କରିବା ସହ ବିଭିନ୍ନ ସର୍ବସାଧାରଣ ସଂପତ୍ତି ନଷ୍ଟ କରୁଥିଲା । ଏହା ସହିତ ସେ ‘ଆଜାଦି’ ସ୍ଲୋଗାନ ଦେଉଥିଲା । ଏଥିରେ ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ ସଂପୃକ୍ତ ବ୍ୟକ୍ତି ଧରି ନିସ୍ତୁକ ମାଡ଼ ଦେଇ ଦରମରା କରିଦେଇଥିଲେ । ଛାଡ଼ିଦେବାକୁ ସେ ହାତଯୋଡ଼ି ନୋହୁରା ହେବା ପରେ ଲୋକମାନେ ତାକୁ ଛାଡ଼ିଦେଇଥିଲେ । ଏ ସଂପର୍କିତ ଏକ ଭିଡ଼ିଓ ଭାଇରାଲ ହୋଇଛି ।
ଉତ୍ତରପ୍ରଦେଶର ପୁଲିସ ଆଇଜି (ଆଇନ ଶୃଙ୍ଖଳା) ପ୍ରବୀଣ କୁମାର କହିଛନ୍ତି ଯେ ଗତ ଶନିବାରସୁଦ୍ଧା ଏହି ହିଂସାରେ ମୋଟ ୧୫ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଜଣ ୮ ବର୍ଷୀୟ ବାଳକ ଅନ୍ତର୍ଭୁକ୍ତ । ଏହା ସହିତ ପ୍ରାୟ ୨୬୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ।