ଲକ୍ଷ୍ନୌ: ନାଗରିକତା ଆଇନ ବିରୋଧରେ ପ୍ରତିବାଦ କରୁଥିବା ବେଳେ ଆଜି ନଦଓ୍ଵା କଲେଜର ଛାତ୍ରଛାତ୍ରୀ ଏବଂ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଘଟଣାସ୍ଥଳରୁ ମିଳିଥିବା ଫଟୋରେ ଦେଖାଯାଉଛି ଗୋଟାଏ ବନ୍ଦ ଫାଟକ ଏପଟେ ଛାତ୍ରଛାତ୍ରୀ ଓ ସେପଟେ ପୁଲିସ ରହିଛନ୍ତି। ସମ୍ପୃକ୍ତ ଛାତ୍ରଛାତ୍ରମାନେ ପୁଲିସ ଉପରକୁ ଢେଲା ଫିଙ୍ଗୁ ଥିବାର ଦୃଶ୍ୟ ମଧ୍ୟ ଏଥିରେ ରହିଛି।
Image Source: India Todayମାତ୍ର ଅଳ୍ପ ସମୟ ମଧ୍ୟରେ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିଲା। ମାତ୍ର ୩୦ ସେକେଣ୍ଡ୍ ପାଇଁ ଢେଲାମାଡ଼ ହୋଇଥିବା କଥା ପୁଲିସ କହିଛି।
ଲକ୍ଷ୍ନୌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ କଳାନିଧି ନୈଥାନି କହିଛନ୍ତି: ୧୫୦ ସରିକି ଲୋକ ପ୍ରତିବାଦ ପ୍ରଦର୍ଶନ କରିବାକୁ ସ୍ଲୋଗାନ୍ ଦେଇ ବାହାରିଥିବା ବେଳେ ପ୍ରାୟ ୩୦ ସେକେଣ୍ଡ୍ ପାଇଁ ଢେଲାମାଡ଼ ହୋଇଥିଲା। ଏବେ ପରିସ୍ଥିତି ସ୍ୱାଭାବିକ ଅଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ଶ୍ରେଣୀଗୃହକୁ ଚାଲିଯାଇଛନ୍ତି।
ଦିଲ୍ଲୀର ଜାମିଆ ନଗରରେ ହିଂସା ଆରମ୍ଭ ହେବା ପରେ ନଦଓ୍ଵା କଲେଜ ପରିସରର ହିଂସା ହେଉଛି ଦେଶର ସଦ୍ୟତମ ନାଗରିକତା ଆଇନ ବିରୋଧୀ ପ୍ରତିବାଦ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/ps-1.jpg)