ନୂଆଦିଲ୍ଲୀ : ସୋମବାର ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ୨୦୧୯କୁ ସମର୍ଥନ ଜଣାଇବା ପରେ ଆଜି ଏହି ବିଲ୍କୁ ରାଜ୍ୟସଭାରେ ମଧ୍ୟ ସମର୍ଥନ ଜଣାଇଛି ବିଜେଡି। ବିଜେଡ଼ି ଏହି ବିଲ୍କୁ ସମର୍ଥନ ଜଣାଇବା ସହିତ କେନ୍ଦ୍ର ସରକାରଙ୍କୁ ତିନୋଟି ପରାମର୍ଶ ମଧ୍ୟ ଦେଇଛି। ଆଜି ରାଜ୍ୟସଭାରେ ଏହି ବିଲ୍ର ବିତର୍କରେ ଭାଗ ନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ବିଲ୍କୁ ସାମ୍ପ୍ରଦାୟିକତା ଓ ଧର୍ମୀୟ ଦୃଷ୍ଟିରେ ନଦେଖି ଭାରତ ବର୍ଷର ବୃହତର ସ୍ବାର୍ଥ ଦୃଷ୍ଟିରୁ ଦେଖିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ନାଗରିକତା ସଂଶୋଧନ ବିଲ୍ର ପ୍ରଭାବ କେବଳ ଭାରତରେ ନୁହେଁ ଏହା ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନକୁ ବ୍ୟାପିଛି ବୋଲି ସସ୍ମିତ କହିଥିଲେ। ନାଗରିକତା ସଂଶୋଧନ ବିଲ୍ ୨୦୧୯କୁ ଅନୁଧ୍ୟାନ କରିବା ପରେ ଏନ୍ଆର୍ସି ସହ ଏହି ବିଲ୍ର କୌଣସି ସମ୍ପର୍କ ନାହିଁ ବୋଲି ବିଜୁ ଜନତା ଦଳ ଅନୁଭବ କରିଛି ବୋଲି ସେ କହିଥିଲେ। ଏନଆରସି ଏକ ଭିନ୍ନ ପ୍ରସଙ୍ଗ ଏବଂ ତାହା ଉପରେ ବ୍ୟାପକ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ସସ୍ମିତ କହିଥିଲେ। ଏହି ବିଲ୍ରେ ଶ୍ରୀଲଙ୍କାକୁ ଅନ୍ତର୍ଭୁକ୍ତ କରାଯାଇନଥିବାରୁ ଶ୍ରୀଲଙ୍କାକୁ ସାମିଲ କରିବା ପାଇଁ ସେ ଦାବି କରିଥିଲେ। ପୂର୍ବରୁ ୧୧ ବର୍ଷ ଭାରତରେ ବସବାସ କରିଥିଲେ ହିଁ ସେ ଭାରତର ନାଗରିତ୍ବ ପାଇଁ ଆବେଦନ କରିପାରୁଥିଲେ। ତାହାକୁ କୋହଳ କରାଯାଇ ୫ ବର୍ଷ କରାଯିବା ଦ୍ବାରା ଅନେକ ଲୋକ ଏଥିରେ ଉପକୃତ ହେବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଶ୍ରୀଲଙ୍କାରେ ସଂଖ୍ୟାଲଘୁ ହିନ୍ଦୁ ଓ ମୁସଲମାନଙ୍କ ପ୍ରତି ଅତ୍ୟାଚାର କରାଯାଉଛି ବୋଲି ସସ୍ମିତ କହିଥିଲେ। ଏହି ବିଲ୍ରେ ମୁସଲମାନଙ୍କୁ ଅନ୍ତର୍ଭୁକ୍ତ କରା ଯାଇନଥିବାରୁ ତାଙ୍କ ମନରେ ଯେଉଁ ସନ୍ଦେହ ସୃଷ୍ଟି ହୋଇଛି, ତାହାକୁ ପ୍ରଶମିତ କରିବା କ୍ଷେତ୍ରରେ ସରକାରଙ୍କର ନୈତିକ ଦାୟିତ୍ବ ରହିଛି ବୋଲି ସସ୍ମିତ କହିଥିଲେ। କେନ୍ଦ୍ର ସରକାରଙ୍କ ଦ୍ବାରା ଯେଉଁ ବିଲ୍ ଅଣାଯାଇଛି ତାହାକୁ ରାଜନୀତିକରଣ ନକରିବା ପାଇଁ ସେ କହିଥିଲେ। ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହାକୁ ସମର୍ଥନ କରିବା ବିଜେଡ଼ିର ଦାୟିତ୍ବ ବୋଲି ସସ୍ମିତ କହିଥିଲେ। ଦଳର ତିନୋଟି ପରାମର୍ଶ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବେ ବୋଲି ବିଜେଡି ଆଶା ପ୍ରକାଶ କରୁଛି ସସ୍ମିତ କହିଥିଲେ। ସେ ପୁଣି କହିଥିଲେ ମୁସଲମାନ ମାନଙ୍କର ବିଲ୍କୁ ନେଇ ସମସ୍ତ ସନ୍ଦେହ ଦୂର କରାଯାଉ ବୋଲି ସସ୍ମିତ କହିଥିଲେ।
ନାଗରିକତା ବିଲ୍ ସହ ଏନ୍ଆରସିର ସଂପର୍କ ନାହିଁ: ବିଜେଡି
/sambad/media/post_attachments/wp-content/uploads/2019/12/sasmit-patra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)