ନୂଆଦିଲ୍ଲୀ: କଳ୍ପନା କରନ୍ତୁ, ଯଦି ଆପଣ କ୍ୟାବ୍ ନେଇ କୌଣସି ସ୍ଥାନକୁ ଯାଉଛନ୍ତି ଏବଂ ରାସ୍ତାରେ କ୍ୟାବ୍ ଡ୍ରାଇଭର ଅସୁସ୍ଥ ହୋଇପଡ଼ୁଛନ୍ତି, ତେବେ ଆପଣ କ’ଣ କରିବେ? ଚାଳକ ଗାଡ଼ି ଚଲାଇବା ଅବସ୍ଥାରେ ନଥିବା ସହ ଯଦି ଆପଣ ଗାଡ଼ି ଚଲାଇବା ଜାଣିନଥିବେ, ତେବେ ଗାଡ଼ିରୁ ଓହ୍ଲାଇ ଅନ୍ୟ ଗାଡ଼ି ଦେଖିବା ଛଡ଼ା ଆପଣଙ୍କ ପାଖରେ ଆଉ କିଛି ବିକଳ୍ପ ନଥିବ। ଏଭଳି ହେଲେ ଆପଣ ଯେଉଁଠାକୁ ଯାଉଛନ୍ତି ସେଠାରେ ଠିକ୍ ସମୟରେ ପହଞ୍ଚିପାରିବେ ନାହିଁ।
ଏହିଭଳି ଏକ ଘଟଣା ଦିଲ୍ଲୀର ଜଣେ ମହିଳାଙ୍କ ସହ ଘଟିଛି। ହେଲେ ସେ କାର୍ ଚଳାଇବା ଶିଖିଥିବାରୁ ପରିସ୍ଥିତିର ମୁକାବିଲା କରିପାରିଛନ୍ତି। ସେ ବୁକ୍ କରିଥିବା ଉବରର ଡ୍ରାଇଭର ମଝି ରାସ୍ତାରେ ଅସୁସ୍ଥ ହୋଇପଡ଼ିଥିଲେ । ଏହା ଦେଖି ଚାଳକଙ୍କୁ ପଛ ସିଟ୍ରେ ବସାଇବା ସହ ମହିଳାଜଣକ ନିଜେ କାର୍ ଚଳାଇଥିବା ଜଣାଯାଇଛି। ମହିଳାଜଣକ ଘଟଣା ବିଷୟରେ ବର୍ଣ୍ଣନା କରିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭିଡିଓରେ ମହିଳାଜଣକ କହିଛନ୍ତି ଯେ, ଜରୁରୀକାଳୀନ ପରିସ୍ଥିତି ପାଇଁ ସମସ୍ତେ ଗାଡ଼ି ଚଲାଇବା ଶିଖିବା ଉଚିତ। ଆପଣ ସମସ୍ତଙ୍କ ପାଇଁ ମୋର ବାର୍ତ୍ତା ହେଉଛି ଦୟାକରି ଏପରି ପରିସ୍ଥିତି ପାଇଁ ଗାଡ଼ି ଚଲାଇବା ଶିଖନ୍ତୁ।" ସେ ତାଙ୍କ ଛୋଟ ଝିଅ, ଜେଜେମା ଏବଂ ମାଆଙ୍କ ସହିତ ଯାତ୍ରା କରୁଥିବା ମହିଳା ଜଣକ ଏହି ଘଟଣାର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓ ଭାଇରାଲ ହେବା ପରେ ଏବେ ସମସ୍ତେ ମହିଳାଙ୍କ କାମକୁ ପ୍ରଶଂସା କରିଛନ୍ତି।