ରାଜ୍ୟସଭାରେ ନାଗରିକତା (ସଂଶୋଧନ) ବିଲ୍‌ ଆଗତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ବିରୋଧୀଦଳ ଏବଂ ଉତ୍ତର ପୂର୍ବ ଏବଂ ଦେଶର ଅନ୍ୟ ଭାଗରେ କେତେକ ସଙ୍ଗଠନର ତୀବ୍ର ବିରୋଧ ସତ୍ତ୍ୱେ ବୁଧବାର ମଧ୍ୟାହ୍ନ ୧୨ଟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ନାଗରିକା ସଂଶୋଧନ ବିଧେୟକ ଆଗତ ଏହା ଉପରେ ବିଚାରବିମର୍ଷ ପାଇଁ କହିଛନ୍ତି।

ଏହା ଉପରେ ଆଲୋଚନା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଛଅ ଘଣ୍ଟା ସମୟ ଦେଇଛନ୍ତି।

ବିଧେୟକ ଆଗତ କରି ଗୃହମନ୍ତ୍ରୀ ଶାହା କହିଲେ: ଆଜିକାଲି ଉଭୟ ପାକିସ୍ତାନ ଏବଂ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ସଂଖ୍ୟା ପ୍ରାୟ ୨୦% କମି ଯାଇଛି। ହୁଏତ ସେମାନଙ୍କୁ ହତ୍ୟା କରାଯାଇଛି କିଂବା ସେମାନେ ଆଶ୍ରୟ ନିମନ୍ତେ ଭାରତକୁ ଚାଲି ଆସିଛନ୍ତି।

ଯେଉଁ ମୁସଲମାନମାନେ ଭାରତର ନାଗରିକ ସେମାନେ ନାଗରିକ ହୋଇ ରହିବେ। ସେମାନଙ୍କ ବିରୋଧରେ ବୈଷମ୍ୟତା ରହିବ ନାହିଁ।
ଆମେ ଅନ୍ୟ ଦେଶର ମୁସଲମାନମାନଙ୍କୁ ନାଗରିକତ୍ୱ ଦେଇ ପାରିବୁ ନାହିଁ। ଭାରତର ମୁସଲମାନମାନେ ଚିନ୍ତିତ ହେବା ଅନାବଶ୍ୟକ, ଏହି ବିଲ୍‌ ଭାରତରେ ଥିବା ମୁସଲମାନଙ୍କ ବିରୋଧାଚରଣ କରୁଛି ବୋଲି ଭୁଲ୍‌ ସୂଚନା ପ୍ରଘଟ ହୋଇଛି। କାହାଦ୍ୱାରା ଉଦ୍‌ଭ୍ରାନ୍ତ ହୁଅନ୍ତୁ ନାହିଁ।

Image Source: Hindustan Times

ଇଏ ନରେନ୍ଦ୍ର ମୋଦୀଙ୍କ ସରକାର ସମ୍ବିଧାନ ଅନୁସାରେ କାମ କରୁଛି, ସଂଖ୍ୟାଲଘୁମାନେ ପୂର୍ଣ୍ଣ ସୁରକ୍ଷା ପାଇବେ।

ଏହି ବିଧେୟକ ଅନୁସୂଚୀତ ଜନଜାତିଙ୍କ ପ୍ରତି ଲାଗୁ ହେବ ନାହିଁ, ମିଜୋରାମରେ ମଧ୍ୟ ଲାଗୁ ହେବ ନାହିଁ ବୋଲି ଶାହା କହିଛନ୍ତି।

ଆସାମର ସମସ୍ତ ଆଦି ନାଗରିକମାନଙ୍କମାନଙ୍କ ଅଧିକାର ପ୍ରତି ଦୃଷ୍ଟି ବିଜେପି ଓ ମୋଦୀ ସରକାର ଧ୍ୟାନ ଦେବେ ବୋଲି ମଧ୍ୟ ସେ କହିଛନ୍ତି।
ନାଗରିକତା (ସଂଶୋଧନ) ବିଧେୟକ ଭାରତର ଆତ୍ମାକୁ ଆଘାତ ଦେଉଛି ବୋଲି କହି କଂଗ୍ରେସ ସାଂସଦ ଆନନ୍ଦ ଶର୍ମା ଏହାକୁ ତୀବ୍ର ବିରୋଧ କରିଛନ୍ତି। ସେ କହିଛନ୍ତି ଆମେ ଏହି ବିଧାୟକକୁ ବିରୋଧ କରୁଛୁ। ଆମର ବିରୋଧ ରାଜନୈତିକ ନୁହେଁ… ଭାରତର ସାଧାରଣତନ୍ତ୍ର ଉପରେ ଏହି ବିଧେୟକ ଗୋଟାଏ ଆକ୍ରମଣ। ଏହା ଭାରତର ଆତ୍ମାକୁ ଆଘାତ ଦେଉଛି। ଏହା ଆମ ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ, ନୈତିକତା ପରୀକ୍ଷାରେ ବିଫଳ ହୋଇଛି।

ସେ ପୁଣି କହିଲେ କି, ବ୍ରିଟିସ୍‌ ପାର୍ଲାମେଣ୍ଟ୍‌ର ଆକ୍ଟ୍‌ ଯୋଗୁଁ ଭାରତ ବିଭାଜିତ ହୋଇଛି। ଏଥିପାଇଁ କଂଗ୍ରେସକୁ ଦାୟୀ କରିବା ଭୁଲ୍‌।

ସମ୍ବନ୍ଧିତ ଖବର