ନ୍ୟାୟିକ ସେବା କ୍ଷେତ୍ରରେ ଭାରତ-ମାଳଦ୍ୱୀପ ରାଜିନାମା ନିମନ୍ତେ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତ ଏବଂ ମାଳଦ୍ୱୀପ ଗଣରାଜ୍ୟର ନ୍ୟାୟିକ ସେବା ଆୟୋଗ ମଧ୍ୟରେ ନ୍ୟାୟିକ ସହଯୋଗ କ୍ଷେତ୍ରରେ ରାଜିନାମା (ଏମ୍‌ଓୟୁ) ସ୍ୱାକ୍ଷର ନିମନ୍ତେ ମଞ୍ଜୁରୀ ମିଳିଛି। ଭାରତ ଏବଂ ଅନ୍ୟ ଦେଶ ମଧ୍ୟରେ ନ୍ୟାୟିକ ସହଯୋଗ କ୍ଷେତ୍ରରେ ଏହା ହେଉଛି ଅଷ୍ଟମ ରାଜିନାମା।

ଏହି ରାଜିନାମା ଅଦାଲତର ଡିଜିଟାଲୀକରଣ ନିମନ୍ତେ ସୂଚନାପ୍ରଯୁକ୍ତିର ଲାଭ ଉଠାଇବା ପାଇଁ ଏକ ମଂଚ ପ୍ରଦାନ କରିବ ଏବଂ ଉଭୟ ଦେଶ ମଧ୍ୟରେ ଆଇଟି କମ୍ପାନୀଗୁଡିକ ପାଇଁ ଏବଂ ଷ୍ଟାର୍ଟଅପ୍‌ଗୁଡିକ ନିମନ୍ତେ ଏକ ସମ୍ଭାବ୍ୟ ବିକଶିତ କ୍ଷେତ୍ର ହୋଇ ପାରିବ। ସାମ୍ପ୍ରତିକ ବର୍ଷ ଗୁଡିକରେ, ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ବହୁ କ୍ଷେତ୍ରରେ ସମ୍ବନ୍ଧ ପ୍ରଗାଢ଼ ହୋଇଛି। ଆଇନ ଏବଂ ନ୍ୟାୟ କ୍ଷେତ୍ରରେ ସହଯୋଗ ଉପରେ ଏହି ରାଜିମାନା ସ୍ୱାକ୍ଷର ସହିତ, ଦୁଇ ଦେଶ ମଧ୍ୟରେ ସୁସମ୍ପର୍କକୁ ମଧ୍ୟ ପ୍ରୋତ୍ସାହନ ମିଳିବ।

ସମ୍ବନ୍ଧିତ ଖବର