ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନକୁ କ୍ୟାବିନେଟ ମଂଜୁରୀ : ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟିବ ଖାଦ୍ୟଶସ୍ୟ,ଆଳୁ, ଡାଲି ଓ ତେଲ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ଆଜି ୧୯୫୫ର ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନକୁ ମଞ୍ଜୁରୀ ଦେଇଛି । ଏହା ଫଳରେ ଖାଦ୍ୟଶସ୍ୟ, ତୈଳବୀଜ, ଆଳୁ ଓ ପିଆଜର ଦର ନିୟନ୍ତ୍ରଣମୁକ୍ତ ହେବ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା କୃଷକମାନେ ନିଜ କୃଷିଜାତ ସାମଗ୍ରୀରୁ ଅଧିକ ଲାଭ ପାଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି ।

ସେ କହିଛନ୍ତି ଯେ କ୍ୟାବିନେଟ କୃଷିଜାତ ସାମଗ୍ରୀ ବିକ୍ରି ଓ ବିପଣନ(ପ୍ରେତ୍ସାହନ ) ଅଧ୍ୟାଦେଶକୁ ମଂଜୁରୀ ଦେଇଛନ୍ତି । ଏହା ଦ୍ୱାରା ଏଣିକି କୃଷକମାନେ ଏପିଏମସି ମଣ୍ଡି ବାହାରେ ନିଜର କୃଷିଜାତ ଉତ୍ପାଦ ବିକ୍ରି କରିପାରିବେ । ଏପରିକି ରାଜ୍ୟ ବାହାରେ ସମାନେ ନିଜର ସାମଗ୍ରୀ ବିକ୍ରି କରିପାରିବେ । ଏହା ଦ୍ୱାରା ସେମାନେ ନିଜ ସାମଗ୍ରୀର ବିକ୍ରି ପାଇଁ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇପାରିବେ ଓ ଅଧିକ ଲାଭ ପାଇପାରିବେ । ତେବେ ସରକାର ଏସବୁ ନିଷ୍ପତ୍ତି ନେବାବେଳେ ଖାଉଟିଙ୍କ ସ୍ୱାର୍ଥକୁ ମଧ୍ୟ ଦୃଷ୍ଟି ଦେଇଛନ୍ତି । ଗତ ମେ ୧୫ ତାରିଖରେ ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ସ୍କିମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସଂପର୍କରେ ଘୋଷଣା କରିଥିଲେ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କୋଲକତା ପୋର୍ଟ ଟ୍ରଷ୍ଟର ନାମ ବଦଳାଇ ଶ୍ୟାମାପ୍ରସାଦ ମୁଖାର୍ଜୀ ପୋର୍ଟ ଟ୍ରଷ୍ଟ କରାଯାଇଛି ।

ସମ୍ବନ୍ଧିତ ଖବର