ବଜେଟ୍‌ ୨୦୨୨-୨୩କୁ ଅନୁମୋଦନ କଲା ମୋଦୀଙ୍କ କ୍ୟାବିନେଟ୍‌: ୧୧ଟାରେ ଅର୍ଥମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍‌ ୨୦୨୨-୨୩କୁ ଆଜି କ୍ୟାବିନେଟ୍‌ ଅନୁମୋଦନ କରିଛି। ଏଥିପାଇଁ ପୂର୍ବାହ୍ନ ୧୦.୧୫ରେ ଆଗତ କ୍ୟାବିନେଟ୍‌ ବୈଠକରେ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ ଓ ପାଠ କରିବେ। ଏହା ପୂର୍ବରୁ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ପହଞ୍ଚିଥିଲେ। ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ରେଳବାଇ, ଯୋଗାଯୋଗ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଅନ୍ୟମାନେ କ୍ୟାବିନେଟ୍‌ ବୈଠକରେ ଯୋଗ ଦେବାକୁ ସଂସଦରେ ପହଞ୍ଚିଥିଲେ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମଗ୍ରିକ ବଜେଟ୍‌ ଉପସ୍ଥାପନ କରିବେ ଯାହା ପ୍ରତ୍ୟେକ ଏବଂ ପ୍ରତି କ୍ଷେତ୍ରର ଆବଶ୍ୟକତା ପ୍ରତି ଦୃଷ୍ଟି ଦେଇ ପ୍ରସ୍ତୁତ କରାଯାଇଛି। ଏହା ସମସ୍ତଙ୍କୁ ଉପକୃତ କରିବ। କୃଷକଙ୍କ ସମେତ ସମସ୍ତ କ୍ଷେତ୍ର ଆଜିର ବଜେଟ୍‌ରୁ କିଛି ପ୍ରତ୍ୟାଶା କରୁଛନ୍ତି ବୋଲି କେନ୍ଦ୍ର ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ କହିଥିଲେ।

ସେ ଆହୁରି ମଧ୍ୟ କହିଥଲେ ଯେ, ସମସ୍ତଙ୍କ ପାଇଁ କିଛି ନା, କିଛି ରହିଛି ବୋଲି ବଜେଟ୍‌ ୨୦୨୨ ସୁନିଶ୍ଚିତ କରିବ। ବଜେଟ୍‌ ପ୍ରସ୍ତୁତି ସମୟରେ ସମାଜର ସବୁ ବର୍ଗଙ୍କ ପ୍ରତି ଦୃଷ୍ଟି ଦିଆଯାଇଛି। ଧୈର୍ଯ୍ୟ ଧରିବାକୁ ସମସ୍ତଙ୍କୁ ଅନୁରୋଧ। ବଜେଟ୍‌ ଜନସାଧାରଣଙ୍କୁ ସୁଖୀ କରିବେ।

ସମ୍ବନ୍ଧିତ ଖବର