ଚିଟ୍‌ ଫଣ୍ଡ ନିବେଶକଙ୍କ ସ୍ୱାର୍ଥରକ୍ଷା ଲାଗି କେନ୍ଦ୍ର ସରକାର ଆଣିବେ ନୂଆ ଆଇନ, ବିଲ୍‌କୁ କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ : ଦେଶରେ ଚିଟ୍‌ ଫଣ୍ଡ ନାଁରେ ଠକେଇ ବଢିଚାଲିଥିବାରୁ କେନ୍ଦ୍ର ସରକାର ସଂସଦରେ ଏକ ବିଲ୍‌ ଆଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଚିଟ୍‌ ଫଣ୍ଡ (ସଂଶୋଧନ) ବିଲ ୨୦୧୯କୁ ମଂଜୁରୀ ଦିଆଯାଇଛି ।

ଏହି ବିଲ ଆଇନରେ ପରିଣତ ହେଲେ ପଂଜୀକୃତ ଚିଟ ଫଣ୍ଡ ଗୁଡିକ ଉପରେ ସରକାର ଓ ରିଜର୍ଭ ବ୍ୟାଙ୍କର ଅଧିକ ନିୟନ୍ତ୍ରଣ ରହିବ । ଏହା ସହିତ ଚିଟ ଫଣ୍ଡଗୁଡ଼ିକରେ ନିବେଶ କରୁଥିବା ସାଧାରଣ ଲୋକମାନଙ୍କ ସ୍ୱାର୍ଥରକ୍ଷା ହୋଇପାରିବ ।

ମୋଦି ସରକାର ୨୦୧୬ରୁ ଚିଟ ଫଣ୍ଡ ସଂସ୍ଥାମାନଙ୍କୁ ନିୟନ୍ତ୍ରଣ ଲାଗି ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ ପାଇଁ ଉଦ୍ୟମ କରୁଛନ୍ତି । ୨୦୧୭-୧୮ରେ ତତକାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିଜର ବଜେଟ ଅଭିଭାଷଣରେ ଚିଟ ଫଣ୍ଡ ନିବେଶକଙ୍କ ସ୍ୱାର୍ଥରକ୍ଷା ପାଇଁ ଏକ ଆଇନ ଅଣାଯିବ ବୋଲି ଘୋଷଣା କରିଥିଲେ । ଗତ ବର୍ଷ ଫେବ୍ରୁଆରୀ ମାସରେ କେନ୍ଦ୍ର କ୍ୟାବିନେଟ ଚିଟ୍‌ ଫଣ୍ଡ (ସଂଶୋଧନ) ବିଲକୁ ମଂଜୁରୀ ଦେଇଥିଲା ।

ସମ୍ବନ୍ଧିତ ଖବର