ନୂଆଦିଲ୍ଲୀ : ଭୁବନେଶ୍ବର କ୍ୟାପିଟାଲ ରିଜନ ରିଙ୍ଗ ରୋଡ ବା ଭୁବନେଶ୍ବର ବାଇପାସକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ପ୍ରାୟ ୮୩୦୮ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । 

Advertisment

ପ୍ରାୟ ୧୧୧ କିଲୋମିଟର ଲମ୍ବା ଏହି ରିଙ୍ଗ ରୋଡ୍ ହାଇବ୍ରିଡ୍ ଆନ୍ୟୁଇଟି ମୋଡରେ ନିର୍ମାଣ ହେବ । ଏହି ସଡ଼କ ପ୍ରକଳ୍ପଟି ୬ ଲେନ ବିଶିଷ୍ଟ ହେବ ଓ ଏହା ଦ୍ବାରା କଟକ, ଭୁବନେଶ୍ବର ମୁଖ୍ୟ ରାସ୍ତାରେ ଦେଖାଯାଉଥିବା ଗହଳି ହ୍ରାସ ପାଇବ । ଏହି ପ୍ରକଳ୍ପଟି ୩ଟି ପ୍ରମୁଖ ଜାତୀୟ ରାଜପଥ (ଏନଏଚ ୫୫,୫୭ ଓ ୬୫୫) ଓ ଗୋଟିଏ ରାଜ୍ୟ ରାଜପଥ ୬୫କୁ ସଂଯୋଗ କରିବ । ଏହା ମଧ୍ୟ ତିନିଟି ଜିଲ୍ଲା କଟକ, ଭୁବନେଶ୍ବର ଓ ଢେଙ୍କାନାଳକୁ ସଂଯୋଗ କରିବ । ଏହି ପ୍ରକଳ୍ପଟି ରାଜ୍ୟର ୪ଟି ପ୍ରମୁଖ ସହର ଭୁବନେଶ୍ବର, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳକୁ ସଂଯୋଗ କରିବ । ଏହା ଦ୍ବାରା ପରିବହନ ବ୍ୟବସ୍ଥାରେ ଉନ୍ନତି ଆସିବା ସହ ଆର୍ଥିକ ଅଭିବୃଦ୍ଧି ତ୍ବରାନ୍ବିତ ହେବ ।

Screenshot 2025-08-19 162357