କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମୋଦୀ ସରକାରଙ୍କ ଦୀପାବଳି ଭେଟି, ମହଙ୍ଗାଭତ୍ତା ୧୭%କୁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମୋଦୀ ସରକାରଙ୍କ ଦୀପାବଳି ଭେଟି । କେନ୍ଦ୍ର କ୍ୟାବିନେଟ ଆଜି କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ପ୍ରସ୍ତାବକୁ ମଂଜୁର କରିଛନ୍ତି । ଏହି ବୃଦ୍ଧିଫଳରେ ଡିଏ ୧୨ ପ୍ରତିଶତରୁ ୧୭ ପ୍ରତିଶତକୁ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୫ ଲକ୍ଷ ପେନସନଧାରୀ ଉପକୃତ ହେବେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ।

ଗୋଟିଏ ଥରରେ ଏତେ ପରିମାଣରେ ମହଙ୍ଗା ଭତ୍ତା ବଢିବା ଏହା ପ୍ରଥମ ବୋଲି ସେ କହିଛନ୍ତି । ଏହି ବର୍ଦ୍ଧିତ ଡିଏ ଗତ ଜୁଲାଇ ମାସରୁ ଲାଗୁ ହେବ ଓ ଏହା ଦ୍ୱାରା ସରକାରଙ୍କ ଉପରେ ଅତିରିକ୍ତ ୧୬ ହଜାର କୋଟିର ଆର୍ଥିକ ବୋଝ ପଡିବ । ୭ମ ବେତନ ଆୟୋଗଙ୍କ ସୁପାରିଶ କ୍ରମେ ଏହି ବୃଦ୍ଧି କରାଯାଇଛି ।

ସମ୍ବନ୍ଧିତ ଖବର