ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ଅନ୍ତର୍ଜାତୀୟ ସ୍ତରରେ ଅଣ୍ଟାଭିଡ଼ିଲା ଭାରତ, ଗଠନ ହେବ ଅନ୍ତର୍ଜାତୀୟ ମେଣ୍ଟ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡିବା ଆରମ୍ଭ ହୋଇସାରିଛି । ବିଶ୍ୱରେ ଏବେ ସାମୁଦ୍ରିକ ବାତ୍ୟା, ମରୁଡି, ବରଫ ତରଳିବା, ବନ୍ୟା ଆଦି ନିୟମିତ ହୋଇଗଲାଣି । ଓଡ଼ିଶା ନିୟମିତ ବ୍ୟବଧାନରେ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହେଉଛି । ଏହା ଫଳରେ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱରେ ମାନବ ଜାତି ପାଇଁ ଏକ ବଡ଼ ବିପଦ ଭାବେ ଦେଖାଦେଇଛି ।

ଏହାର ମୁକାବିଲା ଲାଗି ଏକ ଅନ୍ତର୍ଜାତୀୟ ମେଣ୍ଟ ଗଠନ ଲାଗି ଭାରତ ଆଗଭର ହୋଇଛି । ଏହାର ନାଁ ରଖାଯାଇଛି ବିପର୍ଯ୍ୟୟ ସହନକ୍ଷମ ଭିତ୍ତିଭୂମି ସ୍ଥାପନ ଲାଗି ଅନ୍ତର୍ଜାତୀୟ ମେଣ୍ଟ ବା ସିଡିଆରଆଇ । ଏ ସଂପର୍କିତ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ ମଂଜୁର କରିଛି । ଆସନ୍ତା ସେପ୍ଟେମ୍ବର ୨୩ରେ ନ୍ୟୁୟର୍କଠାରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ଜଳବାୟୁ ମୁକାବିଲା ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିବେ । ଏହାର ମୁଖ୍ୟାଳୟ ନୂଆଦିଲ୍ଲୀଠାରେ ରହିବ । ଜଳବାୟୁ ପରିବର୍ତ୍ତନର ସମ୍ମୁଖୀନ ହେବା ପାଇଁ କିପରି ଉନ୍ନତ ଓ ସହନକ୍ଷମ ବାସଗୃହ ଓ ଭିତ୍ତିଭୂମି ନିର୍ମାଣ ହୋଇପାରିବ ସେ ନେଇ ଏହି ସଂଗଠନ ମାଧ୍ୟମରେ ଦେଶ ଦେଶ ମଧ୍ୟରେ ଜ୍ଞାନ ଓ ଅଭିଜ୍ଞତା ଆଦାନ ପ୍ରଦାନ କରାଯିବ ।

ସମ୍ବନ୍ଧିତ ଖବର