ଜନସଂଖ୍ୟାର ଅଦ୍ୟତନ ପାଇଁ ଜାତୀୟ ଜନସଂଖ୍ୟା ପଞ୍ଜିକାଙ୍କୁ ୮,୪୦୦ କୋଟିର ଅର୍ଥ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍‌

ନୂଆଦିଲ୍ଲୀ: ଜାତୀୟ ଜନସଂଖ୍ୟାକୁ ଅଦ୍ୟତନ କରିବା ସହ ବର୍ତ୍ତମାନର ସ୍ଥିତିକୁ ଆଣିବା (ଅପଡେଟିଂ) ପାଇଁ ମୋଦୀ-୨ ସରକାରଙ୍କ କ୍ୟାବିନେଟ ଆଜି ଜାତୀୟ ଜନସଂଖ୍ୟା ପଞ୍ଜିକା (ନ୍ୟାସନାଲ ପପୁଲେସନ୍‌ ରେଜିଷ୍ଟର)ଙ୍କୁ ୮,୫୦୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛନ୍ତି। ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର)ଙ୍କ ପକ୍ଷରୁ ଦେଶର ଜନସଂଖ୍ୟାର ଅଦ୍ୟତନ ବା ଅପଡେଟିଂ କାର୍ଯ୍ୟ ଆସନ୍ତା ୨୦୨୦ ଏପ୍ରିଲ ଠାରୁ ଆରମ୍ଭ କରାଯିବ।

ଦେଶର ଯେ କୌଣସି ଅଞ୍ଚଳରେ ବସବାସ କରୁଥିବା ସ୍ଥାୟୀ ବାସିନ୍ଦାଙ୍କ ସମେତ ସେହି ଅଞ୍ଚଳରେ ବିଗତ ୬ ମାସ କିମ୍ବା ତଦୁର୍ଦ୍ଧ ସମୟ ଧରି ରହୁଥିବା ବା ରହିବାକୁ ଥିବା ବାସିନ୍ଦାମାନଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯିବ। ୨୦୧୧ ଜନଗଣନା ଉଦ୍ଦେଶ୍ୟରେ ଏପରି ଏକ ତାଲିକା ୨୦୧୦ରେ ପ୍ରସ୍ତୁତ କରା ଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୫ରେ ଘରକୁ ଘର ସର୍ଭେ କରାଯିବା ସହ ଏହି ତାଲିକାର ଅଦ୍ୟତନ କରାଯାଇଥିଲା।

NDTV

ବର୍ତ୍ତମାନ ୨୦୨୧ରେ ହେବାକୁ ଥିବା ଜନଗଣନାକୁ ଦୃଷ୍ଟିରେ ରଖି ଆସନ୍ତା ୨୦୨୦ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ କେବଳ ମାତ୍ର ଆସାମକୁ ବାଦ ଦେଇ ଦେଶର ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଏହି ତାଲିକାର ଆଉଥରେ ଅଦ୍ୟତନ କରାଯିବା ସହ ଏହାର ଡିଜିଟାଇଜେସନ କରାଯିବ। ଦେଶର ସମସ୍ତ ରାଜ୍ୟରେ ରହିଥିବା ସମସ୍ତ ଜିଲ୍ଲା ଓ ଉପଜିଲ୍ଲା ସମେତ ସମସ୍ତ ସହର, ଉପ-ସହର ଓ ଗ୍ରାମମାନଙ୍କରେ ଏହି ଜନସଂଖ୍ୟାର ଅଦ୍ୟତନ ବା ଅପଡେଟିଂ କାର୍ଯ୍ୟ କରାଯିବ। ଏଥିସହ ଦେଶର ଯେ କୌଣସି ଅଞ୍ଚଳରେ ବସବାସ କରୁଥିବା ସ୍ଥାୟୀ ବାସିନ୍ଦାଙ୍କ ସମେତ ସେହି ଅଞ୍ଚଳରେ ବିଗତ ୬ ମାସ କିମ୍ବା ତଦୁର୍ଦ୍ଧ ସମୟ ଧରି ରହୁଥିବା ବା ରହିବାକୁ ଥିବା ବ୍ୟକ୍ତି ବିଶେଷମାନଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ ହେବାକୁ ସରକାରଙ୍କ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧିତ ଖବର