ନୂଆଦିଲ୍ଲୀ : ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଭାରତରେ ମାଟ୍ରିକ ପରବର୍ତ୍ତୀ ଶିକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଯୋଜନାକୁ ଅବ୍ୟାହତ ରଖିବା ସହିତ ଏଥିରେ କେତେକ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ ବର୍ଷ ପାଇଁ ମଞ୍ଜୁରି ଦିଆଯାଇଛି। ଯୋଜନାରେ ଅଣାଯାଇଥିବା ସଂଶୋଧନରେ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କ ବାର୍ଷିକ ଆୟ ସୀମା ଲକ୍ଷେ ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ମେଧାବୃତ୍ତି ପାଇଁ ଉଦ୍ଦିଷ୍ଟ ମୋଟ ପାଣ୍ଠିର ୩୦ ପ୍ରତିଶତ ଛାତ୍ରୀଙ୍କ ପାଇଁ ଏବଂ ୫ ପ୍ରତିଶତ ପାଣ୍ଠି ଦିବ୍ୟାଙ୍ଗଙ୍କ ପାଇଁ ଆବଣ୍ଟନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ମେଧାବୃତ୍ତି ଆଧାର ସଂଯୋଗ ଥିବା ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ। ଯୋଜନାରେ ସରକାରଙ୍କୁ ପ୍ରାୟ ୩୦୮୫ କୋଟି ଟଙ୍କା ବ୍ୟୟ କରିବାକୁ ହେବ। ଦଶମ ଶ୍ରେଣୀ ପରେ ଉଚ୍ଚଶିକ୍ଷା ପାଇଁ ଦିଆଯାଉଥିବା ଏହି ମେଧାବୃତ୍ତି ଦ୍ୱାରା ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ।
ଓବିସି ଛାତ୍ରଙ୍କ ମେଧାବୃତ୍ତି ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରି
/sambad/media/post_attachments/wp-content/uploads/2018/08/sss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)