ଭୁବନେଶ୍ୱର: ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆଗତ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ମହାନଦୀ ଜଳ ବିବାଦ ସମାଧାନ ସକାଶ ଟ୍ରାଇବୁନାଲ୍ ଗଠନକୁ ଅନୁମୋଦନ କରାଯାଇଛି।
ଛତିଶଗଡ଼ରେ ମହାନଦୀର ଉପର ମୁଣ୍ଡରେ ସେଠାକାର ରାଜ୍ୟ ସରକାର ଏକାଧିକ ଜଳଭଣ୍ଡାର ନିର୍ମାଣ ଆରମ୍ଭ କରିଥିବାରୁ ଓଡ଼ିଶା ପ୍ରତି ଜଳ ସଙ୍କଟ ଉପୁଜିବାର ସମ୍ଭାବନା ଦେଖା ଦେଇଛି। ଏହାର ଆପୋସ ସମାଧାନ ପାଇଁ ଛତିଗଡ଼ ଏବଂ କେନ୍ଦ୍ର ସରକାର କହି ଆସୁଥିଲେ। ନିର୍ମାଣକୁ ବିରୋଧ କରିବା ସହ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଉପୁଜି ଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରାଇବୁନାଲ୍ ଗଠନ କରାଯିବାକୁ ଓଡ଼ିଶା ସରକାର ଦାବି କରିଥିଲେ।
ଟ୍ରାଇବୁନାଲ୍ ଗଠନ କରାଯିବା ନିମନ୍ତେ ନିକଟରେ ସୁପ୍ରିମ୍ କୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଜଳବିବାଦ ସମାଧାନ ପାଇଁ ଇତି ମଧ୍ୟରେ ଟ୍ରାଇବୁନାଲ୍ ଗଠନ କରିବାକୁ କେନ୍ଦ୍ର ସରକାର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଛନ୍ତି।
ଆଜି ଉକ୍ତ ଟ୍ରାଇବୁନାଲ୍ ଗଠନକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର କରିଛି। ଏହି ଟ୍ରାଇବୁନାଲ୍ ତିନି ବର୍ଷ ମଧ୍ୟରେ ବିବାଦର ସମାଧାନ କରିବ ବୋଲି ସ୍ଥିର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Mahanadi.jpg)