ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଖାଇବା ତେଲ ମିଶନ - ତୈଳବୀଜ (ଏନଏମଇଓ-ତୈଳବୀଜ)କୁ ଅନୁମୋଦନ ମିଳିଛି, ଯାହା ଘରୋଇ ତୈଳବୀଜ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ଖାଇବା ତେଲରେ ଆତ୍ମନିର୍ଭରଶୀଳତା (ଆତ୍ମନିର୍ଭରଶୀଳ ଭାରତ) ହାସଲ କରିବା ଉଦ୍ଦେଶ୍ୟରେ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି । ୨୦୨୪-୨୫ରୁ ୨୦୩୦-୩୧ ପର୍ଯ୍ୟନ୍ତ ୭ ବର୍ଷ ମଧ୍ୟରେ ୧୦,୧୦୩ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହ ଏହି ମିଶନ କାର୍ଯ୍ୟକାରୀ ହେବ।
କ୍ୟାବିନେଟରେ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦେବା ପ୍ରସ୍ତାବକୁ ମଂଜୁରୀ ମିଳିଛି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୧୧ ଲକ୍ଷ ୭୨ ହଜାର ରେଲ କର୍ମଚାରୀ ଉପକୃତ ହେବେ ।
ନୂତନ ଅନୁମୋଦିତ ଏନଏମଇଓ ତୈଳବୀଜ, ସୋରିଷ, ଚିନାବାଦାମ, ସୋୟାବିନ୍, ସୂର୍ଯ୍ୟମୁଖୀ ଏବଂ ତିଲ ଭଳି ପ୍ରମୁଖ ପ୍ରାଥମିକ ତୈଳବୀଜ ଫସଲର ଉତ୍ପାଦନ ବୃଦ୍ଧି କରିବା ସହିତ କପାବୀଜ, ଧାନ ବ୍ରାନ ଏବଂ ଗଛ ବାହିତ ତେଲ ଭଳି ଦ୍ବିତୀୟ ଉତ୍ସରୁ ସଂଗ୍ରହ ଏବଂ ଉତ୍ତୋଳନ ଦକ୍ଷତା ଉପରେ ଗୁରୁତ୍ୱ ଦେବ । ଏହି ଅଭିଯାନରେ ପ୍ରାଥମିକ ତୈଳବୀଜ ଉତ୍ପାଦନ ୩୯ ନିୟୁତ ଟନ୍ (୨୦୨୨-୨୩)ରୁ ୨୦୩୦-୩୧ ସୁଦ୍ଧା ୬୯.୭ ନିୟୁତ ଟନ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନଏମଇଓ-ଓପି (ଅଏଲ ପାମ) ସହିତ ମିଶନ ୨୦୩୦-୩୧ ସୁଦ୍ଧା ଘରୋଇ ଖାଇବା ତେଲ ଉତ୍ପାଦନକୁ ୨୫.୪୫ ନିୟୁତ ଟନ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି, ଯାହା ଆମର ଆନୁମାନିକ ଘରୋଇ ଆବଶ୍ୟକତାର ପ୍ରାୟ ୭୨% ପୂରଣ କରିବ ।
କ୍ୟାବିନେଟରେ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦେବା ପ୍ରସ୍ତାବକୁ ମଂଜୁରୀ ମିଳିଛି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୧୧ ଲକ୍ଷ ୭୨ ହଜାର ରେଲ କର୍ମଚାରୀ ଉପକୃତ ହେବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/Xb1uKqbrbx6gvy9fZ2MI.png)