ପ୍ରଥମ ଦିନରେ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି : ପିଏମ କିଷାନ ସ୍କିମରେ ଅନ୍ତର୍ଭୁକ୍ତ ହେବେ ସବୁ କୃଷକ, କୃଷକଙ୍କ ପାଇଁ ପେନସନ

ନୂଆଦିଲ୍ଲୀ : ମୋଦି ସରକାର ଆଜି ନିଜର ୨ୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିଛି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଦିନରୁ ହିଁ ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ କୃଷି ଉପରେ ଆସନ୍ତା ୫ ବର୍ଷ ବିଶେଷ ଗୁରୁତ୍ୱ ଦିଆଯିବ ।

ପ୍ରଧାନମନ୍ତ୍ରୀ କିଷାନ ସ୍କିମକୁ ସବୁ କୃଷକଙ୍କ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସ୍କିମ ଅଧିନରେ ପ୍ରତି କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କା ସହାୟତା ମିଳିବ । ଏହି ସ୍କିମ ଦ୍ୱାରା ପ୍ରାୟ ୧୪.୫ କୋଟି କୃଷକ ଉପକୃତ ହେବେ । ଏହା ସହିତ ଏକ ନୂଆ କେନ୍ଦ୍ରୀୟ ସ୍କିମ ପ୍ରଧାନମନ୍ତ୍ରୀ କୃଷକ ପେନସନ ଯୋଜନା ଆରମ୍ଭ କରାଯାଇଛି । ଏହି ସ୍କିମରେ କୃଷକ ଯେତିକି ପରିମାଣରେ ନିଜ ପେନସନ ସ୍କିମରେ ରଖିବ ସେତିକି ପରିମାଣରେ ଅର୍ଥ ସରକାର ପ୍ରଦାନ କରିବେ ।

ମୋଦୀ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ ବୈଠକରେ ବ୍ୟବସାୟୀଙ୍କୁ ପେନ୍‌ସନ୍‌ ଦେବାକୁ ମଂଜୁରୀ ମିଳିଛି। ଏହି ଯୋଜନାରେ ୩ କୋଟି ବ୍ୟବସାୟୀ ଉପକୃତ ହେବେ। ରିଟେଲ ବ୍ୟବସାୟୀଙ୍କୁ ୬୦ ବର୍ଷ ପରେ ମାସିକ ୩୦୦୦ ଟଙ୍କା ପେନ୍‌ସନ୍‌ ମିଳିବ।

ସେହିପରି ସଂସଦର ବଜେଟ ଅଧିବେଶନ ୧୭ ଜୁନରୁ ୨୬ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ସ୍କିମରେ ସହିଦ ହୋଇଥିବା ରାଜ୍ୟ ପୁଲିସ କର୍ମଚାରୀଙ୍କ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

ସମ୍ବନ୍ଧିତ ଖବର