ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ କ୍ୟାବିନେଟ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଧାନ, ରାଗି, ମିଲେଟ, ବାଜରା, ମକା ଏବଂ କପା ସମେତ ୧୪ଟି ଖରିଫ ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ(ଏମଏସପି) ଅନୁମୋଦନ କରାଯାଇଛି।
ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଜି କୃଷକଙ୍କ କଲ୍ୟାଣ ପାଇଁ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖରିଫ ଫସଲ ପାଇଁ ୧୪ ଫସଲ ଉପରେ କ୍ୟାବିନେଟ ଏମଏସପି ଅନୁମୋଦନ କରିଛି। ଧାନର ନୂତନ ଏମଏସପି ୨,୩୦୦ ଟଙ୍କା ହୋଇଛି। ଯାହା ପୂର୍ବ ଏମଏସପି ତୁଳନାରେ ୧୧୭ ଟଙ୍କା ଅଧିକ। ୨୦୨୩-୨୪ ମସିହାରେ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରୁ ୨୦୨୪-୨୫ରେ ୨,୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ସୂର୍ଯ୍ୟମୁଖୀ ମଞ୍ଜି ଉପରେ ଏମଏସପି କୁଇଣ୍ଟାଲ ପିଛା ୯୮୩ ଟଙ୍କା ବୃଦ୍ଧି କରାଯାଇଛି ରାଶି ଉପରେ ଏମଏସପି କୁଇଣ୍ଟାଲ ପିଛା ୬୩୨ ଟଙ୍କା ବୃଦ୍ଧି କରାଯାଇଛି । ମସୁର ଏବଂ ହରଡ଼ ଡାଲି ଉପରେ ଏମଏସପି କୁଇଣ୍ଟାଲ ପିଛା ୫୫୦ ଟଙ୍କା ବୃଦ୍ଧି କରାଯାଇଛି। କପା ଏମଏସପି ୫୦୧ ଟଙ୍କା ବୃଦ୍ଧି ପାଇଛି।
#WATCH | On Union Cabinet decision on MSP for Kharif season crops, Information & Broadcasting Minister Ashwini Vaishnaw says, "With today's decision, the farmers will get around Rs 2 lakh crores as MSP. This is Rs 35,000 crores more than the previous season." pic.twitter.com/cUjJIqpzJ1
— ANI (@ANI) June 19, 2024
ଆଜିର ନିଷ୍ପତ୍ତି ଅନୁଯାୟୀ କୃଷକମାନେ ଏମଏସପି ଭାବରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପାଇବେ। ଏହା ପୂର୍ବ ଋତୁ ତୁଳନାରେ ୩୫,୦୦୦ କୋଟି ଟଙ୍କା ଅଧିକ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
LIVE: Cabinet Briefing by Union Minister @AshwiniVaishnaw @PIB_India https://t.co/GGUxnoCdBt
— Ministry of Information and Broadcasting (@MIB_India) June 19, 2024
ଅନ୍ୟ କ୍ୟାବିନେଟ ନିଷ୍ପତ୍ତିରେ ଭାରତର ପ୍ରଥମ ସାମୁଦ୍ରିକ ପବନ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହା ୧ ଜିଡବ୍ଲୁ ଅଫଶୋର ପବନ ପ୍ରକଳ୍ପ, ପ୍ରତ୍ୟେକ ୫୦୦ ମେଗାୱାଟ ଗୁଜୁରାଟ ଏବଂ ତାମିଲନାଡୁ ଉପକୂଳରେ ହେବ। ଏହା ଭାରତ ପାଇଁ ଏକ ବଡ଼ ସୁଯୋଗ ବୋଲି ବୈଷ୍ଣବ କହିଛନ୍ତି।
#Cabinet approves Minimum Support Prices (MSP) for Kharif Crops for Marketing Season 2024-25
— Dhirendra Ojha (@DG_PIB) June 19, 2024
The highest absolute increase in MSP over the previous year has been recommended for oilseeds and pulses#CabinetDecisions pic.twitter.com/zhqhXyNzut
୧୪ ଫସଲ ଉପରେ ଏମଏସପି କେତେ ବୃଦ୍ଧି ପାଇଛି
ଫସଲ ଏମଏସପି ୨୦୨୪-୨୫ ଏମଏସପି ୨୦୨୩-୨୪ କେତେ ବୃଦ୍ଧି
ଧାନ (ସାଧାରଣ) ୨୩୦୦ ୨୧୮୩ ୧୧୭
ଧାନ (ଗ୍ରେଡ୍ ୧) ୨୩୨୦ ୨୨୦୩ ୧୧୭
ବାଜରା (ହାଇବ୍ରିଡ୍) ୩୩୭୧ ୩୧୮୦ ୧୯୧
ସୋରିଷ (ମାଲଦାଣ୍ଡି) ୩୪୨୧ ୩୨୨୫ ୧୬୬
ମିଲେଟ୍ ୨୬୨୫ ୨୫୦୦ ୧୨୫
ରାଗି ୪୨୯୦ ୩୮୪୬ ୪୪୪
ମକା ୨୨୨୫ ୨୦୯୦ ୧୩୫
ହରଡ଼ ୭୫୫୫୦ ୭୦୦୦ ୫୫୦
ମୁଗ ୮୬୮୨ ୮୫୫୮ ୧୨୪
ବିରି ୭୪୦୦ ୬୯୫୦ ୪୫୦
ଭୂତଳ ୬୭୩୮ ୬୩୭୭ ୪୦୬
ସୂର୍ଯ୍ୟମୁଖୀ ୭୨୮୦ ୬୭୬୦ ୫୨୦
ସୋୟାବିନ୍ ୪୮୯୨ ୪୬୦୦ ୨୯୨
ରାଶି ୯୨୬୭ ୮୬୩୫ ୬୩୨
ରାମ ରାଶି ୮୭୧୭ ୭୭୩୪ ୯୮୩
କପା (ସାଧାରଣ) ୭୧୨୧ ୬୬୨୦ ୫୦୧
କପା (ଉନ୍ନତ) ୭୫୨୧ ୭୦୨୦ ୫୦୧
କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
୨ ଲକ୍ଷ ଗୋଦାମ ନିର୍ମାଣ କାର୍ଯ୍ୟ ସରକାରଙ୍କ ଦ୍ୱାରା କରାଯିବ।
ମହାପାଲଗଡ-ବାଦୱାନ ବନ୍ଦର ପ୍ରକଳ୍ପର ଅନୁମୋଦନ।
ମହାରାଷ୍ଟ୍ରର ୭୬,୦୦୦ କୋଟି ୱାଡୱାନ୍ ବନ୍ଦର ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରାଯାଇଛି।
ସମାପ୍ତ ହେବା ପରେ ଏହି ବନ୍ଦର ଦୁନିଆର ଶ୍ରେଷ୍ଠ ୧୦ ଟି ବନ୍ଦର ମଧ୍ୟରେ ରହିବ।
ଗୁଜୁରାଟ, ତାମିଲନାଡୁର ୧ ଜିଡବ୍ଲ୍ୟୁ ଅଫଶୋର ପବନ ବିଦ୍ୟୁତ୍ ପ୍ରକଳ୍ପକୁ କ୍ୟାବିନେଟ୍ ୭,୪୫୩ କୋଟି ଟଙ୍କା ଅନୁମୋଦନ କରିଛି।
ନୂତନ ଟର୍ମିନାଲ୍, ରନୱେ ସମ୍ପ୍ରସାରଣ ସମେତ ବାରାଣସୀ ବିମାନ ବନ୍ଦରର ବିକାଶ ପାଇଁ ୨,୮୬୯.୬୫ କୋଟି ଟଙ୍କା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରାଯାଇଛି।
କାଶୀ ବିମାନବନ୍ଦର ପାଇଁ ନୂତନ ଟର୍ମିନାଲ ବିଲଡିଂ, ନୂତନ ରନୱେ ଏବଂ ଅଣ୍ଡରପାସ୍ ରାଜପଥ ନିର୍ମାଣକୁ ମଞ୍ଜୁରୀ।