କୃଷି ଲାଗି ବ୍ୟାଙ୍କରୁ ନିଆଯାଇଥିବା ସ୍ୱଳ୍ପକାଳୀନ ଋଣ ପରିଶୋଧ ସମୟ ସୀମା ୩୧ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକଳାପ ନିମନ୍ତେ ବ୍ୟାଙ୍କରୁ ନିଆଯାଇଥିବା ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପକାଳୀନ ଋଣ ପରିଶୋଧ ସମୟସୀମାକୁ ବଢ଼ାଇବା ଲାଗି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଏହି ରିହାତି ୧ ମାର୍ଚ୍ଚ ୨୦୨୦ରୁ ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ପରିଶୋଧ କରାଯିବାକୁ ଥିବା ଋଣ ନିମନ୍ତେ ଦିଆଯାଇଛି । ଏହି ଋଣ ଏବେ ୩୧ ଅଗଷ୍ଟ ୨୦୨୦ ସୁଦ୍ଧା ପରିଶୋଧ କରାଯାଇପାରିବ । ଋଣ ପରିଶୋଧ କରିବାର ସମୟ ଅବଧି ବଢ଼ାଇବା ସତ୍ୱେ ଏହି ଋଣ ଉପରେ ବ୍ୟାଙ୍କଗୁଡ଼ିକୁ ମିଳୁଥିବା ୨% ସୁଧ ଛାଡ଼ ଏବଂ କୃଷକମାନଙ୍କୁ ନିର୍ଦ୍ଧାରିତ ଅବଧି ପୂର୍ବରୁ ଋଣ ପରିଶୋଧ ଉପରେ ମିଳୁଥିବା ୩% ସୁଧ ଛାଡ଼ ସୁବିଧା ଯଥାବିଧି ଜାରି ରହିବ ।

କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ଲାଗି ଦିଆଯାଉଥିବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପକାଳୀନ ଋଣ ଯାହାର ପରିଶୋଧ ଅବଧି ୧ ମାର୍ଚ୍ଚ ୨୦୨୦ରୁ ୩୧ ଅଗଷ୍ଟ ୨୦୨୦ ମଧ୍ୟରେ ପଡ଼ୁଛି, ସେଗୁଡ଼ିକର ପରିଶୋଧ ଅବଧି ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯିବା ଫଳରେ କୃଷକମାନଙ୍କୁ ୪ ପ୍ରତିଶତ ବାର୍ଷିକ ସୁଧ ହାରରେ ବିନା କୌଣସି ଜୋରିମାନାରେ ପରିଶୋଧ କରିବା ଲାଗି ଅତିରିକ୍ତ ସମୟ ଦିଆଯିବ । ଏହି ଅତିରିକ୍ତ ସମୟସୀମା ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ରହିବ । ଫଳରେ ସେମାନଙ୍କୁ ପରିଶୋଧ ଅବଧି ବଢ଼ାଇବା କିମ୍ବା ନବୀକରଣ କରିବାରେ ସହାୟତା ମିଳିପାରିବ । ଏହାର ଅନ୍ତର୍ଗତ ବ୍ୟାଙ୍କଗୁଡ଼ିକ ପାଇଁ ୨% ସୁଧ ସବସିଡି ଏବଂ କୃଷକମାନଙ୍କ ପାଇଁ ୩% ପିଆରଆଇ ଲାଭ ନିରନ୍ତର ମିଳିବ । କେବଳ ସେତିକି ନୁହେଁ, କୃଷକମାନଙ୍କୁ କୋଭିଡ-୧୯ ମହାମାରୀର ବର୍ତମାନ ସମୟରେ ଏହି ସୁବିଧାର ଲାଭ ନେବା ନିମନ୍ତେ ବାରମ୍ବାର ବ୍ୟାଙ୍କୁ ଦୌଡ଼ିବାକୁ ପଡ଼ିବ ନାହିଁ ।

ସମ୍ବନ୍ଧିତ ଖବର