ଅର୍ଥନୀତିକୁ ସୁଧାରିବାକୁ ସରକାରଙ୍କ ବ଼ଡ଼ ପଦକ୍ଷେପ : କୋଇଲା ଖଣି, ସିଙ୍ଗଲ ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି

ନୂଆଦିଲ୍ଲୀ : ବିଦେଶୀ ପୁଞ୍ଜି ଆକୃଷ୍ଟ କରିବାକୁ କେନ୍ଦ୍ର ସରକାର ଆଜି କେତେକ ବଡ଼ ପଦକ୍ଷେପ ନେଇଛନ୍ତି । ସିଙ୍ଗଲ ବ୍ରାଣ୍ଡ ରିଟେଲ, କମର୍ସିଆଲ କୋଲ ମାଇନିଂ, ଡିଜିଟାଲ ମିଡିଆ, ଇନସ୍ୟୁରାନ୍ସ ଇଣ୍ଟରମିଡିଆରୀ ( ଏଜେଣ୍ଟ, ଥାର୍ଡ ପାର୍ଟି ଆଡମିନିଷ୍ଟ୍ରେଟର, କର୍ପୋରେଟ ଏଜେଣ୍ଟ ପ୍ରମୁଖ) ଓ କଣ୍ଟ୍ରାକ୍ଟ ମାନୁଫାକଚରିଂ କ୍ଷେତ୍ରକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ବା ଏଫଡିଆଇ ପାଇଁ ସରକାର ଖୋଲିଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏ ସଂପର୍କିତ ନିଷ୍ପତ୍ତି ନିଆଯାଇଛି ।

କୋଲ ମାଇନିଂ ଓ କଣ୍ଟ୍ରାକ୍ଟ ମାନୁଫାକଚରିଂ କ୍ଷେତ୍ରରେ ୧୦୦ ପ୍ରତିଶତ ଏଫଡିଆଇକୁ ମଂଜୁରୀ ଦିଆଯାଇଛି । ଡିଜିଟାଲ ମିଡିଆ କ୍ଷେତ୍ରରେ ୨୬ ପ୍ରତିଶତ ଏଫଡିଆଇ ପାଇଁ ଅନୁମତି ଦିଆଯାଇଛି । ଅନ୍ୟପକ୍ଷରେ ଦେଶରେ ମେଡିକାଲ ଶିକ୍ଷାକୁ ପ୍ରେତ୍ସାହିତ କରିବାକୁ ଯାଇ ସରକାର ଦେଶରେ ପ୍ରାୟ ୭୫ଟି ନୂଆ ମେଡିକାଲ କଲେଜ ଖୋଲିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏକ୍ଷେତ୍ରରେ ପ୍ରାୟ ୨୪,୩୭୫ କୋଟି ଟଙ୍କା ବ୍ୟୟ ହେବ ଓ ପ୍ରାୟ ୧୫୭୦୦ ଟି ମେଡିକାଲ ସିଟ ସୃଷ୍ଟି ହେବ ।

ସମ୍ବନ୍ଧିତ ଖବର