ପାଟନା: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରରେ ରାଜସ୍ୱ ଏବଂ ଜମି ସଂସ୍କାର ମନ୍ତ୍ରୀ ଦିଲୀପ କୁମାର ଜୈସ୍ବାଲ ଏକ ବଡ଼ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ବିହାର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ଯେ ବେଆଇନ ବନ୍ଧୁକ ସହ ରାସ୍ତାରେ ଯାଉଥିବା ଅପରାଧୀଙ୍କୁ ସିଧାସଳଖ ଗୁଳି କରାଯିବ।

Advertisment

ସେ କହିଛନ୍ତି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏସଆଇଟି ଟିମ୍ ଗଠନ କରାଯିବ। ରୁପୈଲି ଉପ-ନିର୍ବାଚନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏଭଳି କହିଛନ୍ତି। ସେ ଜେଡିୟୁ ପ୍ରାର୍ଥୀଙ୍କ ସମର୍ଥନରେ ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ଏଠାକୁ ଆସିଥିଲେ।

ମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପଣଙ୍କ ପାଇଁ ଚିନ୍ତିତ ଅଛନ୍ତି। ବର୍ତ୍ତମାନ ବିହାରରେ କୌଣସି ଅପରାଧୀ ରହିବେ ନାହିଁ। ବନ୍ଧୁକ ଏବଂ ଗୁଳି ରଖୁଥିବା ଅପରାଧୀଙ୍କୁ ହଟାଇ ଦିଆଯିବ। କ୍ୟାବିନେଟ ବୈଠକରେ ବିହାର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଗରିବ ଏବଂ ନିଷ୍ଠାପର ଲୋକମାନେ ବିହାରରେ ରହିବେ। ଯେଉଁମାନେ ପାଖରେ ବେଆଇନ ଗୁଳି ଓ ବନ୍ଧୁକ ରଖୁଛନ୍ତି ସେମାନଙ୍କ ରାଜୁତି ରାଜ୍ୟରେ ଚାଲିବ ନାହିଁ।

ଜମି ସଂସ୍କାର ମନ୍ତ୍ରୀ କହିଛନ୍ତି ବିହାର ସରକାର ଆପଣଙ୍କ ପାଇଁ ଚିନ୍ତିତ ଅଛନ୍ତି। କେବଳ ପିଏମ ନରେନ୍ଦ୍ର ମୋଦୀ ଏବଂ ସିଏମ ନୀତୀଶ କୁମାର ଆପଣଙ୍କ ବିଷୟରେ ହିଁ ଭଲ ଚିନ୍ତା କରିପାରିବେ। ତେଣୁ କାହାର ମିଥ୍ୟା ପ୍ରରୋଚନାରେ ପଡ଼ନ୍ତୁ ନାହିଁ।

ମନ୍ତ୍ରୀ ଦିଲୀପ ଜୈସ୍ବାଲ ମୂଳତଃ ଖାଗଡିଆ ଜିଲ୍ଲାର ବାସିନ୍ଦା। ସେ ମାଧେପୁରା ବିଶ୍ୱବିଦ୍ୟାଳୟରୁ ଏମଏସସି କରିଛନ୍ତି। ସେ ମଗଧ ବିଶ୍ୱବିଦ୍ୟାଳୟରୁ ଏମବିଏ ଏବଂ ମାଧେପୁରାରୁ ପିଏଚଡି ଅଧ୍ୟୟନ କରିଛନ୍ତି। ସେ ଲଗାତାର ତିନି ଥର ଏଭଏଲସି ରହିଛନ୍ତି। ଜୈସ୍ବାଲଙ୍କୁ ବିଜେପିର ଜଣେ ଶକ୍ତିଶାଳୀ ନେତା ଭାବେ ବିବେଚନା କରାଯାଏ।

ସୂଚନାଯୋଗ୍ୟ, ଜୈସ୍ବାଲ ବିହାର ବିଜେପିର କୋଷାଧ୍ୟକ୍ଷ ଭାବରେ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଆସୁଛନ୍ତି।