ଆଫଗାନ ସଙ୍କଟ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ ପରେ ଉପୁଜିଥିବା ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ୍‌ ବୈଠକ ହୋଇଛି। ନିରାପତ୍ତା ସଂକ୍ରାନ୍ତ କ୍ୟାବ‌ିଟେନ୍‌ କମିଟିକୁ ଭାରତର ଆଫଗାନ ରାଷ୍ଟ୍ରଦୂତ ରୁଦ୍ରେନ୍ଦ୍ର ଟଣ୍ଡନ ସାଂପ୍ରତିକ ସ୍ଥିତି ନେଇ ଅବଗତ କରାଇଛନ୍ତି। ତାଲିବାନ ନିୟନ୍ତ୍ରଣକୁ ଆଫାଗାନିସ୍ତାନ ଯିବା ପରେ ଭାରତ ସମ୍ମୁଖୀନ ହେବାକୁ ଥିବା ପରିସ୍ଥିତି ନେଇ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ। ଏବେ ଆମେରିକା ଗସ୍ତରେ ଥିବା ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଫ୍‌ଗାନ ପରିସ୍ଥିତି ଉପରେ ଅହରହ ନଜର ରଖିଛନ୍ତି ଏବଂ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର