ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଉପସ୍ଥାପିତ ହେବ ବଜେଟ୍ । ମୋଦି ସରକାରଙ୍କ ୩ୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ବଜେଟ୍ ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତି ଭବନ ଯାଇଥିଲେ ଅର୍ଥମନ୍ତ୍ରୀ । ସେଠି ମିଠା ଦହି ଖୁଆଇ ରାଷ୍ଟ୍ରପତି ଅର୍ଥମନ୍ତ୍ରୀଙ୍କୁ ବଜେଟ୍ ଉପସ୍ଥାପନ ପାଇଁ ଅନୁମତି ଦେବା ପରେ ସଂସଦ ଭବନ ଆସିଛନ୍ତି ନିର୍ମଳା ସୀତାରମଣ ।
ସେପଟେ ସଂସଦ ଭବନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆରମ୍ଭ ହେଲା କ୍ୟାବିନେଟ୍ ବୈଠକ, ଯେଉଁଥିରେ ବଜେଟ-୨୦୨୫କୁ ମଞ୍ଜୁରୀ ଦିଆଯିବ ।
ତେବେ ଆଜିର ବଜେଟ ଉପରେ ସାରା ଭାରତର ନଜର ରହିଥିବା ବେଳେ କୃଷି, ସ୍ବାସ୍ଥ୍ୟ ଉପରେ ଅଧିକ ଗୁରୁତ୍ଵ ଦେଇପାରନ୍ତି ମୋଦି ସରକାର । ଏଥିସହ କୃଷକଙ୍କ ପାଇଁ ବଡ ଉପହାର ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/01/N3vAcBV5jwXw3dcSLnDQ.jpg)