୧୭ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଆୟୋଜନ ଲାଗି କ୍ୟାବିନେଟ୍‌ ଅନୁମୋଦନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ଭାରତରେ ୧୭ବର୍ଷରୁ କମ୍ ମହିଳା ବିଶ୍ୱ କପ୍ ଫୁଟବଲ ୨୦୨୨ ପ୍ରତିଯୋଗିତା ଆୟୋଜନ ନିମନ୍ତେ ଆନ୍ତର୍ଜାତିକ ଫୁଟବଲ ମହାସଂଘ (ଏଫ୍‌ଆଇଏଫ୍‌ଏ) ସହ ପ୍ରତିଶ୍ରୁତିନାମା (ଗ୍ୟାରେଣ୍ଟିପତ୍ର) ସ୍ୱାକ୍ଷର କରିବାକୁ ଅନୁମୋଦନ କରାଯାଇଛି।
ଫିଫା ୧୭ବର୍ଷରୁ କମ୍ ମହିଳା ବିଶ୍ୱକପ୍-୨୦୨୨ ଭାରତରେ ଅକ୍ଟୋବର ୧୧ରୁ ୩୦ତାରିଖ ମଧ୍ୟରେ ଆୟୋଜିତ ହେବ। ଦ୍ୱିବାର୍ଷିକ ଯୁବ ଟୁର୍ଣ୍ଣାମେଣ୍ଟର ସପ୍ତମ ସଂସ୍କରଣ ଫିଫା ମହିଳା ଫୁଟବଲ ପ୍ରତିଯୋଗିତା ପ୍ରଥମ ଥର ନିମନ୍ତେ ଭାରତରେ ଆୟୋଜିତ ହେବ। ଫିଫା ୧୭ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ୍-୨୦୧୭ର ସକାରାତ୍ମକ ଅଭିଜ୍ଞତାକୁ ପାଥେୟ କରି ଦେଶ ୧୭ବର୍ଷରୁ କମ୍ ମହିଳା ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତ ହେଉଛି। ଏହି ଆକର୍ଷଣୀୟ ଟ୍ରଫିକୁ ହାତେଇବା ପାଇଁ ବିଶ୍ୱର ଯୁବା ମହିଳା ଫୁଟବଲ ଖେଳାଳିମାନେ ସମସ୍ତ ପ୍ରୟାସ କରିବେ।

ସର୍ବଭାରତୀୟ ଫୁଟବଲ ମହାସଂଘକୁ ଏଥିପାଇଁ ଦଶକୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ଖେଳପଡିଆ ରକ୍ଷଣାବେକ୍ଷଣ, ଷ୍ଟାଡିୟମ ସୁବିଧା ଓ ତାଲିମ କ୍ଷେତ୍ର ଇତ୍ୟାଦି ବାବଦକୁ ଖର୍ଚ୍ଚ ହେବ। ଫିଫା ୧୭ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଭାରତ-୨୦୨୨ ଦେଶରେ ମହିଳା ଫୁଟବଲକୁ ଶକ୍ତିଶାଳୀ କରିବାର ସାମର୍ଥ୍ୟ ରଖିଛି। ଫିଫା ୧୭ବର୍ଷରୁ କମ୍ ଫୁଟବଲ ବିଶ୍ୱ କପ୍ -୨୦୧୭ରୁ ମିଳିଥିବା ସରକାରାତ୍ମକ ଅଭିଜ୍ଞତାକୁ ଉପଜୀବ୍ୟ କରି ବିଶ୍ୱବ୍ୟାପୀ ମହିଳା ଖେଳାଳିଗଣ ଏହି ଆକର୍ଷଣୀୟ ଟ୍ରଫି ହାସଲ ନିମନ୍ତେ ସବୁ ମତେ ପ୍ରୟାସ କରିବେ। ଏହା ଦ୍ୱାରା ଫୁଟବଲ ନେତୃତ୍ୱ ଓ ନିଷ୍ପତ୍ତି ଦିଗରେ ମହିଳାଙ୍କ ପ୍ରତିନିଧିତ୍ୱ ଅଧିକ ହେବ। ଯୁବ ପ୍ରତିଭାର ଉଭୟ ଶ୍ରେଣୀରେ ଅଂଶଗ୍ରହଣ ଲିଙ୍ଗଗତ ଅନ୍ତର୍ଭୁକ୍ତୀକରଣ ଦିଗରେ ପ୍ରୋତ୍ସାହନ ଦେବ। ଏହା ଅଧିକରୁ ଅଧିକ ଯୁବଗୋଷ୍ଠୀଙ୍କୁ କ୍ରୀଡାରେ ଅଂଶଗ୍ରହଣ କରିବା ସହ ଭାରତରେ ଫୁଟବଲକୁ ଲୋକପ୍ରିୟ କରାଇବାରେ ସହାୟକ ହେବ।

ସମ୍ବନ୍ଧିତ ଖବର