ମୋଦୀ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଆସନ୍ତାକାଲି ସନ୍ଧ୍ୟା ୬ଟାରେ ନିଆଯାଇପାରେ ନିଷ୍ପତ୍ତି, ଓଡ଼ିଶାର ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳକୁ ସଂପ୍ରସାରଣ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ସନ୍ଧ୍ୟା ୫.୩୦ରୁ ୬ ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ଚୂଡାନ୍ତ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି | ଦ୍ୱିତୀୟ ପାଳିର ଦୁଇବର୍ଷ ପୂର୍ତ୍ତି ପରେ ଗତ ଜୁନ୍ ୨୦ ତାରିଖରେ ପ୍ରଧାନମନ୍ତ୍ରୀ କ୍ୟାବିନେଟରେ ମନ୍ତ୍ରୀମାନଙ୍କ ପ୍ରଦର୍ଶନର ସମୀକ୍ଷା କରିଥିଲେ ।

ଏବେ ମନ୍ତ୍ରୀଙ୍କ ସଂଖ୍ୟା ୫୩ ରହିଥିବା ବେଳେ ଏକ ଡଜନରୁ ଅଧିକ ମନ୍ତ୍ରୀଙ୍କ ପାଖରେ ଏକାଧିକ ମନ୍ତ୍ରାଳୟର ଦାୟିତ୍ୱ ରହିଛି । ତେଣୁ ମନ୍ତ୍ରୀଙ୍କ ଦାୟିତ୍ୱ ହାଲୁକା କରିବା ସହ ରାଜନୈତିକ ଦୃଷ୍ଟିକୋଣକୁ ଆଖିରେ ରଖି ନିଷ୍ପତ୍ତି ନେଇପାରନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ୮୧ ଯାଏ ସଂପ୍ରସାରଣ କରାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରିମଣ୍ଡଳରେ କେତେକ ନୂଆ ସାଂସଦଙ୍କୁ ସାମିଲ କରାଯାଇପାରେ, ଆଉ କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହେବା ସମ୍ଭାବନା ମଧ୍ୟ ରହିଛି ।

PM Narendra Modi will announce the Union Cabinet reshuffle on Wednesday
indiatoday.in

ଆସନ୍ତାବର୍ଷ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ଆଖିରେ ରଖି ନୂଆ ଚେହେରାକୁ ମୋଦୀ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ । ତେବେ ଏହି ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଓଡିଶାରେ ମଧ୍ୟ ଚର୍ଚ୍ଚା ଚାଲିଛି, କାରଣ ଓଡିଶାରୁ ମଧ୍ୟ ଏଥର ସଂପ୍ରସାରଣରେ ନୂଆ ଚେହେରାକୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି ।

 

ବର୍ତ୍ତମାନ ଓଡ଼ିଶାରୁ କେନ୍ଦ୍ରରେ ଦୁଇଜଣ ମନ୍ତ୍ରୀ ଅଛନ୍ତି । କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ରାଜ୍ୟସଭାରେ ସଦସ୍ୟ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଏହି ଚର୍ଚ୍ଚା ବେଶୀ ଚାଲିଛି । ଏହି ସଂପ୍ରସାରଣ ବା ଅଦଳବଦଳରେ ଅଶ୍ୱିନୀ କ୍ୟାବିନେଟ ପାହ୍ୟା ପାଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଏହାଛଡା ବୈଜୟନ୍ତ ପଣ୍ଡାଙ୍କୁ ନେଇ ମଧ୍ୟ କିିଛି ମହଲରେ ଚର୍ଚ୍ଚା ଚାଲିଛି ।

ସମ୍ବନ୍ଧିତ ଖବର