ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବଙ୍କ ସହ କ୍ୟାବିନେଟ ସଚିବଙ୍କ ଅ‌ାଲୋଚନା

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମଣକୁ ରୋକିବା ସହ ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ତ୍ୱରାନ୍ୱିତ କରିବା ଲାଗି ସୁଚିନ୍ତିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆଜି କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ ରେଳଦ୍ୱାରା ୩୫୦ରୁ ଉର୍ଦ୍ଧ୍ବ ସ୍ୱତନ୍ତ୍ର ଟ୍ରେନ୍‌ରେ ପ୍ରାୟ ୩.୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଯାଇଛି ବୋଲି କ୍ୟାବିନେଟ ସଚିବ ସୂଚନା ଦେଇଥିଲେ । ଆହୁରି ଅଧିକ ସ୍ୱତନ୍ତ୍ର ଟ୍ରେନର ଚଳାଚଳ ଲାଗି ଭାରତୀୟ ରେଳକୁ ସହଯୋଗ କରିବାକୁ ସେ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଥିଲେ । ଏଥିସହିତ, ବନ୍ଦେ ଭାରତ ମିସନ ଯୋଜନା ଅନ୍ତର୍ଗତ ବିଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ପ୍ରୟାସରେ ରାଜ୍ୟମାନେ ସହଯୋଗ କରୁଥିବା କ୍ୟାବିନେଟ ସଚିବ ଶ୍ରୀ ଗୌବା ସସୂଚନା ଦେଇଥିଲେ। ଏହି ଅବସରରେ ସେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ପରି କରୋନା ଯୋଦ୍ଧାଙ୍କର ବାଧାମୁକ୍ତ ଯାତାୟାତ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ରାଜ୍ୟ ମୁଖ୍ୟ ଶାସନ ସଚିବମାନେ ନିଜ ନିଜ ରାଜ୍ୟର କୋଭିଡ-୧୯ ସଂକ୍ରମଣର ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର