୨୪ରେ ସାରା ଦେଶରେ ବନ୍ଦ ରହିବ କେବୁଲ ସେବା

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ମାସ ୨୪ ତାରିଖରେ ସାରା ଦେଶରେ ବନ୍ଦ ରହିବ କେବୁଲ ସେବା । ଟ୍ରାଇର ନୂଆ ନିୟମକୁ ବିରୋଧ କରି ଅଲ୍ ଇଣ୍ଡିଆ କେବୁଲ ଅପରେଟର ସଂଘ ପକ୍ଷରୁ ଆସନ୍ତା ଗୁରୁବାର ଦିନ ସାରା ଦେଶରେ କେବୁଲ ସେବା ବନ୍ଦ କରିବା ସହ ଧାରଣା ଦିଆଯିବ ବୋଲି ଜଣାପଡିଛି । ଆଉ ଏହି ଧାରଣାକୁ ସମର୍ଥନ ଜଣାଇଛନ୍ତି ଓଡିଶାର ଲୋକାଲ୍ କେବୁଲ ଅପରେଟର । ଯେଉଁଥିପାଇଁ ଆସନ୍ତା ୨୪ ତାରିଖରେ ରାଜ୍ୟର ସବୁ କେବୁଲ ସେବା ବନ୍ଦ ରହିବ ।

Zee News

ଦିନିକିଆ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି କେବୁଲ ଅପରେଟର ସଂଘ । ଟ୍ରାଇର ନୂଆ ନିୟମକୁ ବିରୋଧ କରି ସେବା ବନ୍ଦ ଘୋଷଣା କରାଯାଇଛି । ନୂଆ ନିୟମରେ ସାଧାରଣ ଲୋକେ ଲାଭ ପାଇବେ ବୋଲି ଟ୍ରାଇ ପକ୍ଷରୁ କୁହାଯାଉଥିବା ବେଳେ ଏହି ନିୟମ ଲାଗୁ ହେଲେ ଜନସାଧାରଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ବୋଲି ଅଭିଯୋଗ କରିଛି କେବୁଲ୍ ଅପରେଟର ସଂଘ । ଯେଉଁଥିପାଇଁ ଆସନ୍ତା ଗରୁବାର ଦିନ ସାରା ଦେଶରେ କେବୁଲ ସେବା ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇଛି ।

ସମ୍ବନ୍ଧିତ ଖବର