ହାଇଦ୍ରାବାଦ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆର୍ଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର୍) ଆଜି ଗାଧୁଆଘରେ ପଡ଼ି ଆହତ ହୋଇଛନ୍ତି। ତାଙ୍କ କଟି ହାଡ଼ ଭାଙ୍ଗିଯାଇଛି। ଯଶୋଧାରା ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ସିଟି ସ୍କାନ୍ ପରେ ଜଣାପଡ଼ିଛି ଯେ ତାଙ୍କର ବାମ ପଟ କଟି ହାଡ଼ ଭାଙ୍ଗି ଯାଇଛି। ତେବେ ୬୯ ବର୍ଷୀୟ କେସିଆରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ହସ୍ପିଟାଲର ବୁଲେଟିନରେ କୁହାଯାଇଛି। ତାଙ୍କ ଖଞ୍ଜା ପ୍ରତିରୋପଣ ହେବ। ଏଥିରୁ ଆରୋଗ୍ୟ ଲାଭ କରିବା ପାଇଁ ସାଧାରଣତଃ ୬ରୁ ୮ ସପ୍ତାହ ସମୟ ଲାଗିଥାଏ। ନିର୍ବାଚନରେ କେସିଆର୍ଙ୍କ ଦଳ ପରାଜିତ ହେବା ପରେ ସେ ଲୋକମାନଙ୍କୁ ତାଙ୍କ ବାସଭବନରେ ଗତ ୩ ଦିନ ହେଲା ଭେଟି ଆସୁଥିଲେ। କେସିଆର୍ ଆହତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp