ଗୁଆଟେମାଲା: ଯୁଗ ବଦଳିବା ସହ ସମୟ ମଧ୍ୟ ବଦଳୁଛି | ଆଜିକାଲି ଦୁନିଆରେ ମାଗଣାରେ କିଛି ଉପଲବ୍ଧ ହେଉନାହିଁ ଏବଂ ଯଦି ଉପଲବ୍ଧ ହେଉଛି ତାହେଲେ ବୁଝିଯାଆନ୍ତୁ ଯେ ଖୁବଶୀଘ୍ର ଏହାର ମୂଲ୍ୟ ଦେବାକୁ ହେବ | ନିକଟରେ ଭାଇରାଲ୍ ହେଉଥିବା ଏକ ଟ୍ୱିଟ୍ ଦେଖି ଆପଣ ଏହା ଅନୁମାନ କରିପାରିବେ | ଯେଉଁଥିରେ ରେଷ୍ଟୁରାଣ୍ଟରେ ଖାଇବା ସହ ବାଥରୁମ୍ ବ୍ୟବହାର ପାଇଁ ବିଲ୍ ହେଇଥିବା ଦେଖିବାକୁ ମିଳିଛି | ଯଦିଓ କୌଣସି ସ୍ଥାନରେ ନିର୍ମିତ ଆକ୍ସେସେବଲ୍ ଟଏଲେଟ୍ ଓ ବାଥରୁମ୍ ବ୍ୟବହାର କରିବା ପାଇଁ ଆପଣ ନିଶ୍ଚିତ ଭାବରେ ଟଙ୍କା ଦେଇଥିବେ, କିନ୍ତୁ ସମ୍ପ୍ରତି ଭାଇରାଲ୍ ବିଲ୍ ଦେଖି ଆପଣ ପରିବର୍ତ୍ତନ ସମୟର ଅନୁମାନ କରିପାରିବେ |
ଏହି ଘଟଣାଟି ଗୁଆଟେମାଲାର 'ଲା ଏସ୍କୁନା କାଫେ' ରେ ଘଟିଛି, ଯେଉଁଠାରେ ଜଣେ ଗ୍ରାହକଙ୍କୁ ୱାଶରୁମ୍ ବ୍ୟବହାର କରିବା ପାଇଁ ଦେୟ ଦେବାକୁ ପଡିଥିଲା | କେବଳ ଏତିକି ନୁହେଁ କଫି ଦୋକାନ ବିଲରେ ମଧ୍ୟ ଏହା ଉଲ୍ଲେଖ କରିଥିଲେ । ବିଲ୍ ଦେଖିବା ପରେ ଗ୍ରାହକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସୂଚନାନୁସାରେ, ନେଲସି କର୍ଡୋଭା ନାମକ ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟରେ ବାଥରୁମ ବ୍ୟବହାର କରିବା ପରେ ଏହି ବିଲ ପୈଠ କରିଥିଲେ। ଯାହା ବର୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ବିଲ ସହ ନେଲସି ଏହା ଅପଲୋଡ଼ କରିଛନ୍ତି | କିଛି ୟୁଜର୍ସ ଏହି ରେଷ୍ଟୁରାଣ୍ଟକୁ ସମାଲୋଚନା କରୁଛନ୍ତି ଦେଖିବାକୁ ମିଳିଥିବା ବେଳେ କିଛି ଲୋକ ଏହି ପଦ୍ଧତିକୁ ଯଥାର୍ଥ ବୋଲି କହିଛନ୍ତି |
Los Q58.30 más caros de la historia. Vaya trolleada al restaurante. pic.twitter.com/WUf1FrHbHU
— JPDardónP (@jpdardon) August 31, 2022
ଟ୍ୱିଟରରେ ଏହି ବିଲ୍ ରସିଦ ଭାଇରାଲ ହେବା ପରେ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, 'ମୁଁ ଆଶ୍ଚର୍ଯ୍ୟ ହୋଇଛି ଯେ ସେମାନେ ରେଷ୍ଟୁରାଣ୍ଟରେ ପବନ ପାଇଁ କାହିଁକି ଚାର୍ଜ କରିନାହାଁନ୍ତି।' ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, 'ମୁଁ ଏହି ରେଷ୍ଟୁରାଣ୍ଟକୁ ଯାଇଥିଲି। ଭିତରଟି ବହୁତ ଖାଲି ଥିଲା, ମୁଁ ବର୍ତ୍ତମାନ ବୁଝିପାରୁଛି କାହିଁକି ଜାଗା ଖାଲି ଥିଲା | ଏହି ମାମଲା ସାର୍ବଜନୀନ ହୋଇଥିବାର ଦେଖି କାଫେ ଉତ୍ତର ଦେଇଛି ଯେ, 'ଏହି ଘଟଣା ପାଇଁ ଆମେ ଦୁଃଖିତ, ଏହା ଏକ ଗୁରୁତର ଏବଂ ଅନିଚ୍ଛାକୃତ ତ୍ରୁଟି ଥିଲା, ଯାହା ଆମ ସିଷ୍ଟମରେ ସଂଶୋଧିତ କରିସାରିଛୁ ।'