ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ଅନ୍ୟମାନେ ରେଳଯାତ୍ରା କରୁଛନ୍ତି: ସିଏଜି ରିପୋର୍ଟ

ନୂଆଦିଲ୍ଲୀ : ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଭାରତୀୟ ରେଳ ବିଭାଗ ରିହାତିର ବ୍ୟବସ୍ଥା କରିଥାଏ। ମାତ୍ର, ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଅନ୍ୟ ଲୋକମାନେ ରେଳ ରିହାତିର ସୁବିଧା ନେଉଛନ୍ତି ବୋଲି ସଂସଦରେ ସିଏଜି ଦ୍ବାରା ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି। ଦେଶ ସ୍ବଧୀନତା ପରେ ଜନ୍ମ ହୋଇଥିବା ୩ ହଜାରରୁ ଅଧିକ ଲୋକ ବିଗତ ୩ ବର୍ଷରେ ସ୍ବାଧୀନତା ସଂଗ୍ରାମୀଙ୍କ ରିହାତି ଟିକଟରେ ରେଳ ଯାତ୍ରା କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଥିରେ ୬୦ ପ୍ରତିଶତ ଲୋକଙ୍କ ଆୟୁ ବରିଷ୍ଠ ନାଗରିକଙ୍କ ବୟସ ସୀମାରୁ କମ୍। ଯେଉଁଥିରେ ୧୦୯୬ ପୁରୁଷ ଓ ୫୮୦ ମହିଳା ଯାତ୍ରୀ ସାମିଲ ଅଛନ୍ତି। ଏଥିରେ ଜଣେ ୧୦ ବର୍ଷର ପିଲା ମଧ୍ୟ ସାମିଲ ରହିଥିବାର ମଧ୍ୟ ସିଏଜି ରିପୋର୍ଟରେ ଉଲ୍ଲେଖ କାରଯାଇଛି। ୧୫ଟି ମାମଲାରେ ସ୍ବାଧୀନତା ସଂଗ୍ରାମୀଙ୍କ ପାସ୍‌ ସଂଖ୍ୟା ଶୂନ ଥିବାର ରିପୋର୍ଟରେ କୁହାଯାଇଛି। ରପୋର୍ଟ ଅନୁସାରେ ୨୦୧୫ରୁ ୨୦୧୮ ମଧ୍ୟରେ ୧୦୪୧.୮୬ କୋଟି ଟଙ୍କାର ରିହାତିର ଲାଭ ଉଠାଇବା ସହିତ ୮୭୫୮୪ ଯାତ୍ରୀମାନେ ସ୍ବାଧୀନନତା ସଂଗ୍ରାମୀ ପାସ୍‌ ଉପରେ ଟିକଟ ବୁକ୍ କରାଇଥିଲେ। ସେଥିମଧ୍ୟରୁ ୬୨୫୨୮ ଯାତ୍ରୀ ନିଜର ସହଯୋଗୀଙ୍କ ସହ ଯାତ୍ରା କରିଥିଲେ। ରେଲଵେ ଦ୍ବାରା ସେହି ଯାତ୍ରୀମାନଙ୍କୁ ୭୬୩.୫୮ କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଥିଲା। ରିପୋର୍ଟ ଅନୁସାରେ ପୂର୍ବତଟ ରେଳପଥର ୪୯୪୨୦୬ ଯାତ୍ରୀ ରିହାତି ଦରରେ ଟିକଟର ବୁକିଂ କରିଥିଲେ। ଅଡିଟ୍‌ରେ ୨୨୯୭୪୩ ଯାତ୍ରୀଙ୍କ ଟିକଟ୍ ଯାଞ୍ଜ କରାଯାଇଥିଲା। ସେଥିମଧ୍ୟରୁ ଟିକଟ ରଦ୍ଦ କରାଯାଇଥିବା ଯାତ୍ରୀ ସଂଖ୍ୟା ଥିଲା ୫୨୫୨୬। ବୁକିଂ କରାଯାଇଥିବାର ୧୭୭୨୧୭ ଜଣ ଯାତ୍ରୀଙ୍କ ଟିକଟ୍ ଯାଞ୍ଚ କରାଯାଇଥିଲା। ୩୭୩୩୫ ରିହାତି ପାସ୍‌ ବୁକିଂ ପାଇଁ ବ୍ୟବହାର କରାଯାଇଥିଲା। ସେଥିମଧ୍ୟରୁ ୧୪୫ଟି ରିହାତି ପାସ୍‌ ଏକାଧିକ ବୁକିଂ ପାଇଁ ଦୂରୁପଯୋଗ କରାଯାଥିବାର ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି। ସିଏଜି ରିପୋର୍ଟ ଅନୁସାରେ ପୂର୍ବତଟ ରେଳପଥରେ ୩୧୬ ଜଣ ଯାତ୍ରୀ ଅବୈଧ ପାସ୍‌ରେ ରେଳ ଟିକଟ ବୁକିଂ କରିଥିଲେ। ସେଥିମଧ୍ୟରୁ ୬୨ ଅବୈଧ ପାସ୍‌ ବ୍ୟବହାର କରାଯାଇଥିଲା ବୋଲି ସଏଜି ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର