“ଶେଖ ଶାହଜାହାଁ ଫେରାର ହୋଇପାରିବ ନାହିଁ” ସଂଦେଶଖାଲି ମାମଲାରେ ମମତା ସରକାରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

କୋଲକାତା : ସନ୍ଦେଶଖାଲିର ସ୍ଥିତିକୁ ନେଇ ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରି କାଲକାଟା ହାଇକୋର୍ଟ ମଙ୍ଗଳବାର କହିଛନ୍ତି ଯେ ସ୍ଥାନୀୟ ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାଁ ଫେରାର ପାରିବେ ନାହିଁ ଏବଂ ରାଜ୍ୟ ତାଙ୍କୁ ସମର୍ଥନ କରିପାରିବ ନାହିଁ। ସନ୍ଦେଶଖାଲି ଯିବାକୁ ଅନୁମତି ଦେବା ପାଇଁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଅନୁରୋଧର ଶୁଣାଣି କରି ପ୍ରଧାନ ବିଚାରପତି ଟିଏସ୍ ଶିବଜ୍ଞାନମ୍ କହିଛନ୍ତି ଯେ ଅଶାନ୍ତ ଅଞ୍ଚଳର ମହିଳାମାନେ ଆଣିଥିବା ଅଭିଯୋଗକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି।

ନ୍ୟାୟାଳୟ ସଂପର୍କିତ ଖବର ପ୍ରସାରଣ କରୁଥିବା ଓ୍ବେବସାଇଟ୍ ଲାଇଭ୍ ଲ’ର ଏକ ରିପୋର୍ଟ ଅନୁଯାୟୀ, ପ୍ରଧାନ ବିଚାରପତି କହିଛନ୍ତି, ଆମେ ଅଭିଯୋଗ ଦେଖିଛୁ, ଉକ୍ତ ଅଞ୍ଚଳର ମହିଳାମାନେ ପ୍ରସଙ୍ଗ ଉଠାଇଛନ୍ତି, କିଛି ଜମି ଜବରଦଖଲ ହୋଇଛି। ଏହି ବ୍ୟକ୍ତି (ଶେଖ ଶାହାଜାହାଁ) ଖସି ପାରିବେ ନାହିଁ। ତାଙ୍କୁ ଏଠାରେ ଆତ୍ମସମର୍ପଣ କରିବାକୁ ପଡ଼ିବ। ଯଦି ଜଣେ ବ୍ୟକ୍ତି ସମଗ୍ର ଜନସଂଖ୍ୟାକୁ ବନ୍ଧକ ରଖୁଛି, ତେବେ ଶାସକ ସରକାର ତାଙ୍କୁ ସମର୍ଥନ କରିବା ଉଚିତ ନୁହେଁ। ସେ କେବଳ ଲୋକଙ୍କ ପ୍ରତିନିଧି। ସେ ଲୋକଙ୍କ ଭଲ ପାଇଁ କାମ କରିବାକୁ ବାଧ୍ୟ।

ମୁଖ୍ୟ ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ୁଛି ଯେ ଶାହାଜାହାଁ ଜନସାଧାରଣଙ୍କୁ କ୍ଷତି ପହଞ୍ଚାଇଛନ୍ତି। ଏହି ଅପରାଧ ଘଟାଇବା ପରେ ସେ ଫେରାର ହୋଇଯାଇଛନ୍ତି। ତାଙ୍କୁ ସୁରକ୍ଷା ମିଳିଛି କି ନାହିଁ ଆମେ ଜାଣିନାହୁଁ, କିନ୍ତୁ ତାଙ୍କୁ ସୁରକ୍ଷା ଦିଆଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର