କୋଲ୍କାତା: ନାରଦା ଷ୍ଟିଙ୍ଗ୍ ମାମଲାରେ ବିଜଡ଼ିତ ପଶ୍ଚିମବଙ୍ଗ କ୍ୟାବିନେଟ୍ର ଦୁଇଜଣ ମନ୍ତ୍ରୀ ଫିର୍ହାଦ୍ ହକିମ୍, ସୁବ୍ରତ ମୁଖାର୍ଜୀ ଏବଂ ଦୁଇ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଓ ଶୋଭନ ଚାଟାର୍ଜୀଙ୍କୁ ଗୃହବନ୍ଦୀ କରିବା ପାଇଁ ଆଜି କାଲ୍କାଟା ହାଇକୋର୍ଟ ଆଦେଶ ଦେଇଛନ୍ତି।
ତୃଣମୂଳ କଂଗ୍ରେସର ଉକ୍ତ ନେତାମାନଙ୍କର ଓକିଲ ଅଭିଷେକ ମନୁ ସିଂଘୱି ଗୃହବନ୍ଦୀ ଆଦେଶ ଉପରେ ରହିତାଦେଶ ପାଇଁ ନିବେଦନ କରିଥିଲେ। ସେମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବା ଲାଗି କାଲ୍କାଟା ହାଇକୋର୍ଟଙ୍କ ଖଣ୍ଡପୀଠର ବିଚାରପତି ଅରିଜିତ ବାନାର୍ଜୀ ରାଜି ହୋଇଥିଲେ। କିନ୍ତୁ, କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ୍ ସେମାନଙ୍କୁ ଗୃହବନ୍ଦୀ କରିବା ଲାଗି ଆଦେଶ ଦେବା ସହିତ କହିଛନ୍ତି କି, ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର ପ୍ରସଙ୍ଗ ବୃହତ୍ତର ଖଣ୍ଡପୀଠଙ୍କୁ ରେଫର୍ କରାଯାଉ।
Image Courtesy of Free Press Journalସୂଚନାଯୋଗ୍ୟ, ସୋମବାର ଦିନ ସିବିଆଇ ଏହି ଚାରିଜଣ ନେତାଙ୍କୁ ହଠାତ୍ ଗିରଫ କରିଥିଲା। ସେମାନଙ୍କ ଗିରଫଦାରିକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଦିନ ସିବିଆଇ ଅଫିସରେ ଦୀର୍ଘ ୬ ଘଣ୍ଟା ଧାରଣା ଦେବାରୁ ବଡ଼ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହି କାରଣରୁ ଉକ୍ତ ମାମଲାକୁ କୋଲ୍କାତାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ‘ସିବିଆଇ’ ଆବେଦନ କରିଛି।
Image Courtesy of India Todayସିବିଆଇ ଆହୁରି ମଧ୍ୟ କହିଛି ଯେ, କୋଲ୍କାତାସ୍ଥିତ ତା’ର ଅଫିସ ପରିସର ବାହାରେ ବିପୁଳସଂଖ୍ୟକ ଜନତା ବିଶୃଙ୍ଖଳ ପ୍ରତିବାଦ କରୁଥିବା କାରଣରୁ ଚାରି ଅଭିଯୁକ୍ତଙ୍କୁ ସଶରୀର ଅଦାଲତରେ ହାଜର କରାଇ ପାରୁନାହିଁ।
ସୋମବାର ଦିନ ସିବିଆଇର ସ୍ବତନ୍ତ୍ର ଅଦାଲତ ଗିରଫ ନେତାମାନଙ୍କୁ ଜାମିନ ଦେଇଥିଲା। କିନ୍ତୁ, ତା’ର କିଛି ସମୟ ପରେ କାଲ୍କାଟା ହାଇକୋର୍ଟ ସେ ଜାମିନ ଆଦେଶକୁ ରଦ୍ଦ କରି ଦେବାରୁ ଚାରି ନେତାଙ୍କୁ କୋଲ୍କାତାର ପ୍ରେସିଡେନ୍ସି ଜେଲ୍କୁ ନିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/HC-Orders-to-Luckdown-of-TMC-Leaders_Thumbnail.jpg)