ଦିଦିଙ୍କୁ ଝଟ୍‌କା: ରାଜ୍ୟ ପ୍ରାୟୋଜିତ ସମସ୍ତ ସିଏଏ ଓ ଏନ୍‌ଆର୍‌ସି ବିରୋଧୀ ବିଜ୍ଞାପନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ବିରୋଧ କରି ପଶ୍ଚିମବଙ୍ଗରେ ଜୋରଦାର ଆନ୍ଦୋଳନ ଚଳାଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀଙ୍କୁ ଆଜି ଲାଗିଛି ଏକ ଜୋର ଝଟ୍‌କା।

କାଲ୍‌କାଟା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣିରେ ପଶ୍ଚିମବଙ୍ଗ ସରକାରଙ୍କୁ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ବିରୋଧ କରି ରାଜ୍ୟ ପ୍ରାୟୋଜିତ ଯେତେ ବିଜ୍ଞାପନ ପ୍ରଦର୍ଶିତ କରାଯାଇଛି ସେ ସମସ୍ତ ବିଜ୍ଞାପନକୁ ଅବିଳମ୍ବେ ଅନ୍ୟାଦେଶ ପର୍ଯ୍ୟନ୍ତ ପ୍ରତ୍ୟାହାର କରିନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ବିରୋଧ କରିବା ସହ ଏଇ ଆଇନ୍‌କୁ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବାକୁ ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ।  ଏ ସଂପର୍କରେ ସିଏଏ ଓ ଏନ୍‌ଆରସିକୁ ବିରୋଧ କରି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ପ୍ରମୁଖ ଗଣମାଧ୍ୟମମାନଙ୍କରେ ଏକ ଜୋରଦାର୍‌ ପ୍ରଚାର ଅଭିଯାନ ମଧ୍ୟ ଆରମ୍ଭ କରାଯାଇଥିଲା।

News Nation

ତେବେ, ରାଜ୍ୟ ସରକାରଙ୍କର ପକ୍ଷରୁ ସିଏଏ ଓ ଏନ୍‌ସିଆରକୁ ବିରୋଧ କରି ଆରମ୍ଭ ହୋଇଥିବା ଏହି ପ୍ରଚାର ଅଭିଯାନ ବିରୋଧରେ କାଲ୍‌କାଟା ହାଇକୋର୍ଟରେ ୬ଟି ପୃଥକ୍‌ ପୃଥକ୍‌ ଯାଚିକା ଆଗତ ହୋଇଥିଲା। ଏହି ସମସ୍ତ ଯାଚିକାର ବିଚାର କରି କାଲ୍‌କାଟା ହାଇକୋର୍ଟ ଆଜି ତାଙ୍କର ଏକ ମଧ୍ୟବର୍ତ୍ତୀକାଳୀନ ରାୟରେ ପଶ୍ଚିମବଙ୍ଗ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ଜାନୁଆରି ୯ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର