କୋଲକାତା: କାଲକାଟା ହାଇକୋର୍ଟ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ହେବାକୁ ଥିବା ‘ଗଣତନ୍ତ୍ର ବଞ୍ଚାଅ’ ରଥଯାତ୍ରାକୁ ଦେଇଥିବା ଅନୁମତି ପ୍ରତ୍ୟାହାର କରିଛନ୍ତି।
ପଶ୍ଚିମବଙ୍ଗ ସରକାର କାଲକାଟା ହାଇକୋର୍ଟଙ୍କ ଏକ ଡିଭିଜନ୍ ବେଞ୍ଚରେ ବିଜେପି ରଥଯାତ୍ରା ଲାଗି ମିଳିଥିବା ଅନୁମତି ବିରୋଧରେ ଅପିଲ୍ କରିଥିଲେ। ଏହାର ବିଚାର କରି ଆଜି ହାଇକୋର୍ଟ ଅନୁମତି ବାତିଲ୍ କରିଛନ୍ତି।
କାଲ୍କାଟା ହାଇକୋର୍ଟଙ୍କ ଏକ ଜଣିକିଆ ଖଣ୍ଡପୀଠ ରାଜ୍ୟରେ ବିଜେପି ରଥଯାତ୍ରାକୁ ଗୁରୁବାର ସର୍ତ୍ତମୂଳକ ଅନୁମତି ଦେଇଥିଲେ। ଅନ୍ୟପକ୍ଷରେ ହାଇକୋର୍ଟ ଏହି ରଥଯାତ୍ରା ବେଳେ ଯଦି କୌଣସି ଧନଜୀବନ ହାନୀ ଘଟେ ସେଥିପାଇଁ ଦଳ ଦାୟୀ ରହିବ ବୋଲି କହିଥିଲେ।
ଗତ ଡିସେମ୍ବର ୧୫ ତାରିଖରେ ପଶ୍ଚିମବଙ୍ଗ ସରକାର ବିଜେପି ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ’ ରଥଯାତ୍ରା ଲାଗି କରିଥିବା ଆବେଦନକୁ ନାକଚ କରିଥିଲେ। ସାଂପ୍ରଦାୟିକ ସଦଭାବ ବିଗିଡିବା ଆଶଙ୍କା କରି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ବିଜେପି ହୋଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।
ଡିସେମ୍ବର ୨୨ ( କୁଚବିହାର), ୨୪ ( ଚବିଶ ପ୍ରଗଣା ଅନ୍ତର୍ଗତ କାକଦ୍ୱୀପ ଓ ଡିସେମ୍ବର ୨୬ ( ବୀରଭୂମ ଜିଲ୍ଲାର ତାରାପୀଠ)ରେ ଭାରତୀୟ ଜନତା ପାର୍ଟିର ‘ଗଣତନ୍ତ୍ର ବଞ୍ଚାଅ’ ରଥଯାତ୍ରା ହେବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/calcutta-high-court.jpg)