କାଲିଫର୍ଣ୍ଣିଆରେ ଭୟାବହ ଅଗ୍ନିକାଣ୍ଡ, ୧୧ ମୃତ

କାଲିଫର୍ଣ୍ଣିଆ: କାଲିଫର୍ଣ୍ଣିଆର ଜଂଗଲରେ ଲାଗିଥିବା ଭୟଙ୍କର ନିଆଁ ଗତ ଦୁଇ ଦିନ ଧରି ନାହିଁ ନଥିବା ବିପର୍ଯ୍ୟୟ ସୃଷ୍ଟି କରିଛି। ୭୦ ହଜାର ଏକର ଅଂଚଳରେ ଏହି ନିଆଁ ବ୍ୟାପିଥିବା ବେଳେ ହଜାର ହଜାର ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଅଦ୍ୟାବଧି ୧୧ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି। ୮୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୨୨୦୦ ଅଗ୍ନିଶମ କର୍ମଚାରୀ ଅହରହ କାମ କରୁଛନ୍ତି । ଏହି ଅଂଚଳର ପ୍ରସିଦ୍ଧ ମଲିବୁ ରିଜୋର୍ଟ ଅଂଚଳକୁ ନିଆଁ ବ୍ୟାପିବା ପରେ ଅନେକ ହଲିଉଡ ଅଭିନେତା ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ନିଆଁ ବ୍ୟାପି ରାସ୍ତା ଅବରୋଧ ଯୋଗୁଁ ମଧ୍ୟ ସ୍ଥିତି ଜଟିଳ ହୋଇଛି।

ସମ୍ବନ୍ଧିତ ଖବର