ଲସ୍ ଆଞ୍ଜେଲସ: ଲସ୍ ଆଞ୍ଜେଲସରେ ଲାଗିଥିବା ଭୟଙ୍କର ନିଆଁରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ନିଆଁ ଏପରି ବଢ଼ିଛି ଯେ ଏହା କାଲିଫର୍ଣ୍ଣିଆରେ ଏପର୍ଯ୍ୟନ୍ତ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ରେ ପରିଣତ ହୋଇଛି । ଏବଂ ଏହା ଏବେ ଆହୁରି ବ୍ୟାପିବାକୁ ଯାଉଛି ଯାହା ଚିନ୍ତାର ବିଷୟ  । କିନ୍ତୁ ଏପରି କାହିଁକି ଘଟୁଛି? ଆମେରିକାର ଏକ ସମୃଦ୍ଧ ସହରରେ କାହିଁକି ଏପରି ଘଟୁଛି ଏବଂ କାହିଁକି ଏହି ନିଆଁ ଅନିୟନ୍ତ୍ରିତ ହେଉଛି ?  ବିଶ୍ୱର ସବୁଠାରୁ ବଡ଼ ମହାଶକ୍ତି କାହିଁକି ଏହା ସାମ୍ନାରେ ଅସହାୟ ମନେ ହେଉଛି । ୧୩ ଜଣ ନିଖୋଜ ହେବା ପରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି  । 

Advertisment

ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅଧିକାରୀମାନେ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପରିସ୍ଥିତିକୁ ଯୁଦ୍ଧ ଭଳି ଦୃଶ୍ୟ ବୋଲି ବର୍ଣ୍ଣନା କରିଛନ୍ତି । କାନାଡା ଏବଂ ମେକ୍ସିକୋ ମଧ୍ୟ ରିଲିଫ୍ ପ୍ରୟାସରେ ସହଯୋଗ କରିବା ଆରମ୍ଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଅଗ୍ନିକାଣ୍ଡ ପେଲିସାଡେସର ଆଉ ୧୦୦୦ ଏକର ଜମିକୁ ବ୍ୟାପିଯାଇଛି ଏବଂ ଅନେକ ଘର ନଷ୍ଟ ହୋଇଯାଇଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ବେଳେ ଏହା ମଧ୍ୟ କଷ୍ଟସାଧ୍ୟ ହେବାରେ ଲାଗିଛି । 

ଖରାପ ପାଗ ଯୋଗୁଁ ନିଆଁ ଆହୁରି ବ୍ୟାପିପାରେ ବୋଲି ଜାତୀୟ ପାଣିପାଗ ବିଭାଗ ସତର୍କ କରାଇଦେଇଛି। ସାନ୍ତା ଆନା ପର୍ବତରୁ ପବନ ଲସ୍ ଆଞ୍ଜେଲସ୍ ଏବଂ ୱେଟୁରା କାଉଣ୍ଟିରେ ତୀବ୍ର ହୋଇ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ଗତି କରିବ ବୋଲି ଆକଳନ କରାଯାଇଛି । ଏଭଳି ସ୍ଥିତିରେ ନିଆଁ କେବଳ ବ୍ୟାପିବ ନାହିଁ, ବରଂ ଆହୁରି ଭୟଙ୍କର ରୂପ ନେବ ବୋଲି ପାଣିପାଗ ବିଞ୍ଜାନି ମାନେ ଅନୁମାନ କରିଛନ୍ତି  ସୁଚନା ଅନୁଯାୟୀ ଗତ ୭ ତାରିଖରୁ ଜଳୁଛି ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶରେ ଥିଲା ଜଙ୍ଗଲ । ସପ୍ତାହ ହେବ ଜଳୁଛି ଲସ ଏ଼ଞ୍ଜଲେସ  ।

ସାରା ସହରକୁ ଗ୍ରାସିଛି ଜଙ୍ଗଲ ନିଆଁ  । ୧୨ ହଜାର କୋଠା ଜଳି ପୋଡି ପାଉଁଶ ହୋଇଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ବନ୍ୟଜନ୍ତୁ । ଜୀବନବିକଳରେ ଏଣେ ତେଣେ ଧାଉଁଛନ୍ତି ଜଙ୍ଗଲୀ ଜନ୍ତୁ । ନିଆଁକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆଣିବା ସମ୍ଭବ ହୋଇପାରି ନାହିଁ । ଏହି ଜଙ୍ଗଲ ନିଆଁ ଯୋଗୁଁ ଏ ପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ସମୁଦ୍ର କୂଳରୁ ୧୦୦ କିମିରୁ ଅଧିକ ବେଗରେ ପବନ ବହୁଥିବାରୁ ନିଆଁ ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି । ହଲିଉଡ ହିଲରେ ୫ ଶହ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଛାରଖାର ହୋଇଛି ।

ସେପଟେ ନିଆଁ ଲିଭାଇବାରେ ପ୍ରଶାସନ ବ୍ୟସ୍ତ ଥିବାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଲୁଟପାଟ ଆରମ୍ଭ କରି ଦେଇଛନ୍ତି । ଉପାୟ ନପାଇ ପ୍ରଶାସନ କର୍ଫ୍ୟୁ ଜାରି କରିଛି । ଏହି ମାମଲାରେ ୨୦ ଜଣଙ୍କୁ ଗିରଫ କରାଯାଇଛି  । ଲସ୍ ଏଞ୍ଜେଲସରେ ଲାଗିଥିବା ନିଆଁ ଯୋଗୁଁ  ଏ ପର୍ଯ୍ୟନ୍ତ ୪.୩୦ ଲକ୍ଷ କୋଟି ଟଙ୍କା କ୍ଷତି ହେଲାଣି । ଜଙ୍ଗଲ ନିଆଁ ଜନବସତି ଆଡକୁ ମାଡି ଆସୁଛି  ।  ଅନେକ ଅଟ୍ଟାଳିକା ପୋଡି ପାଉଁଶ ହୋଇଛି  ।  ପାଲିସେଡସରେ ସର୍ବାଧିକ ୨୧ ହଜାର ୫୯୬ ଏକର ଜଙ୍ଗଲରେ ନିଆଂ ଲାଗିଥିବାବେଳେ ମାତ୍ର ୮ ପ୍ରତିଶତ ଆୟତ ହୋଇଛି  ।  ଇଟନରେ ୧୪ ହଜାର ୧୧୭ ଏକକରେ ନିଆଁ ଲାଗିଥିବାବେଳେ ୧ ହଜାର ଏକରରେ ଆୟତ ହୋଇଛି । ନିଆଁକୁ ଆୟତ କରିବାକୁ ପ୍ରଶାସନ ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି ।