ୱାସିଂଟନ: ଆମେରିକାରେ ପୁଣି ଏକ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। କାଲିଫର୍ଣ୍ଣିଆର ସାକ୍ରାମେଣ୍ଟୋ ସହରରେ ରବିବାର ସକାଳେ ହୋଇଥିବା ଆଖିବୁଜା ଗୁଳିମାଡ଼ରେ ୬ ଜଣ ଲୋକ ପ୍ରାଣ ହରାଇବା ସହିତ ଅତିକମ୍ରେ ୯ ଜଣ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ସମୟ ରବିବାର ସକାଳେ ଏହି ଗୁଳିକାଣ୍ଡ ହୋଇଛି। ଅଧିକାରୀମାନେ ଗୁଳିମାଡ଼ରେ ଆହତ ୧୫ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୃତକମାନଙ୍କ ନାମ ଓ ବୟସ ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଦୂରରୁ ଗୁଳିମାଡ଼ର ଆଖିବୁଜା ଶବ୍ଦ ଶୁଣି ଲୋକମାନେ ରାସ୍ତାରେ ଭୟଭୀତ ହୋଇ ଦୌଡ଼ୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୁଲିସ ମୁତୟନ ହେବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଲୋକମାନଙ୍କୁ ସେହି ସ୍ଥାନକୁ ନଆସିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।
କାଲିଫର୍ଣ୍ଣିଆରେ ଗୁଳିକାଣ୍ଡ, ୬ ମୃତ
/sambad/media/post_attachments/wp-content/uploads/2021/07/firing.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)