ଚଣ୍ଡିଗଡ଼ : ସପିଂ ମଲରେ ବୋମା ଥିବା ଫୋନକଲ୍‌ ମିଳିବା ପରେ ହଇଚଇ, ପୁଲିସର ଖାନତଲାସ ଜାରି

ଚଣ୍ଡିଗଡ଼ : କେନ୍ଦ୍ରଶାସିତ ଅଂଚଳ ଚଣ୍ଡିଗଡ଼ର ଏକ ସପିଂ ମଲରେ ବୋମା ଥିବା ଖବର ମିଳିବା ପରେ ସେଠାରେ ଲୋକମାନଙ୍କୁ ଖାଲି କରି ଖାନତଲାସୀ କରାଯାଉଛି ।
ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସହରର ଏଲାଣ୍ଟେ ମଲରେ ଆଜି ବୋମା ଥିବା ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ କଲ ମିଳିବା ପରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଖାଲି କରିବାକୁ ଲାଉଡସ୍ପିକର ମାଧ୍ୟମରେ ନିର୍ଦ୍ଦେଶ ଦେବା ସହ ଖାନତଲାସ ଆରମ୍ଭ ହୋଇଥିଲା । ଚଣ୍ଡିଗଡ ପୁଲିସର ସ୍ପେଶାଲ ଅପରେସନ ୟୁନିଟ, କ୍ରାଇମ ବ୍ରାଞ୍ଚ ଟିମ ଓ ବମ ଡିସ୍ପୋଜାଲ ସ୍କ୍ଵାଡ ମଲ୍‌ କର୍ମଚାରୀଙ୍କ ସହାୟତାରେ ଖାନତଲାସୀ ଆରମ୍ଭ କରିଥିଲେ ।
ଶେଷ ଖବର ମିଳିବା ପର୍ଯ୍ୟନ୍ତ ଏଲାଣ୍ଟେ ମଲରେ ଖାନତଲାସ ଜାରି ରହିଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ବିସ୍ଫୋରକ ମିଳିପାରିନାହିଁ ବୋଲି ଚଣ୍ଡିଗଡ ଡିଏସପି ଦିଲସେର ସିଂ କହିଛନ୍ତି ।

ସମ୍ବନ୍ଧିତ ଖବର