ଭୁବନେଶ୍ୱର : ସଂସଦରେ ପାରିତ କୃଷି ବିଲ୍କୁ କୃଷକ ବିରୋଧୀ ବୋଲି କହିଛି ଲୋକଶକ୍ତି ଅଭିଯାନର କେନ୍ଦ୍ରୀୟ କୃଷକ ସଂଘର୍ଷ ସମନ୍ବୟ ସମିତି। ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ସମିତି ଆସନ୍ତା ୨୫ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। ଏହି ବିଲ୍ କାର୍ଯ୍ୟକ୍ଷମ ହେଲେ ସହାୟକ ମୂଲ୍ୟ ପ୍ରଦାନ କରାଯାଇ ଯେଉଁ ଧାନ, ଗହମ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ସଂଗ୍ରହ କରାଯାଉଛି, ତାହା ବନ୍ଦ ହୋଇଯିବ। ଦେଶର ଭାଗଚାଷୀଙ୍କ ହାତରୁ କମ୍ପାନି ପାଖକୁ ଜମି ଚାଲିଯିବ। ଏଣୁ ମୋଦୀ ସରକାରଙ୍କ କମ୍ପାନି ମୋହ ବିରୋଧରେ ଲକ୍ଷ ଲକ୍ଷ ସଂଖ୍ୟାରେ କୃଷକମାନେ ସାମିଲ ହୋଇ ଏହି ବନ୍ଦ ପାଳନକୁ ସଫଳ କରିବାକୁ ରାଜ୍ୟ କୃଷକ ସଂଗଠନ ସମନ୍ବୟ ସମିତି ଆବାହକ ଲିଙ୍ଗରାଜ, ଉପଦେଷ୍ଟା ମଣ୍ଡଳୀରେ ଥିବା ପ୍ରଫୁଲ୍ଲ ସାମନ୍ତରା ଓ ଦେବପ୍ରସାଦ ରାୟ ଆହ୍ବାନ ଦେଇଛନ୍ତି। ଏ ସଂପର୍କରେ ଲୋକଶକ୍ତି ଅଭିଯାନର ସଂପାଦକ ମାନସ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି।
କୃଷି ବିଲ୍ ପ୍ରତ୍ୟାହାର ଦାବିରେ ୨୫ରେ ଭାରତ ବନ୍ଦ ଡାକରା
/sambad/media/post_attachments/wp-content/uploads/2020/09/strike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)