ମୁମ୍ବାଇ ବିମାନବନ୍ଦରକୁ ଫୋନ କରି ଯୁବକ କହିଲେ ବମ୍ବେ, ଅଧିକାରୀଙ୍କୁ ଶୁଭିଲା ବମ୍ବ, ତା’ ପରେ…

ମୁମ୍ବାଇ : ମୁମ୍ବାଇ ବିମାନବନ୍ଦରରେ ବମ୍ବେ ଶବ୍ଦକୁ ଜଣେ ଅଧିକାରୀ ଭୁଲ ଶୁଣିବା ପରେ ଚାରିଆଡ଼େ ହାଇ ଆଲର୍ଟ ଜାରି ହୋଇ ଯାଇଥିଲା । ଜଣେ ଯୁବକ ମୁମ୍ବାଇ ବିମାନବନ୍ଦରର କଣ୍ଟ୍ରୋଲ ରୁମ୍‌କୁ ଫୋନ କରି ବମ୍ବେ ବୋଲି କହିଥିଲେ । କିନ୍ତୁ ଫୋନ ଉଠାଇଥିବା ଅଧିକାରୀଙ୍କୁ ବମ୍ବ(ବୋମା) ବୋଲି ଶୁଭିଥିଲା । ଏହା ପରେ ବିମାନବନ୍ଦରର ଯାଞ୍ଚ ଆରମ୍ଭ ହୋଇଯିବା ସହ ସିକ୍ୟୁରିଟିକୁ ହାଇ ଆଲର୍ଟରେ ରଖାଗଲା । କିନ୍ତୁ ପରେ ସବୁ ଦ୍ୱନ୍ଦ୍ବ ଦୂର ହୋଇଥିଲା ।

मुंबई एयरपोर्ट पर फोन कर युवक बोला बॉम्बे, अधिकारी ने सुना बॉम्ब, फिर...
aajtak.intoday.in

ସୂଚନା ମୁତାବକ, ଜଣେ ଯୁବକ ଚାକିରି ବିଷୟରେ ବୁଝିବା ପାଇଁ ମୁମ୍ବାଇ ବିମାନବନ୍ଦରକୁ ଫୋନ କରିଥିଲେ । ଫୋନଟି ସିଧା କଣ୍ଟ୍ରୋଲ ରୁମ୍‌କୁ ଲାଗିବା ପରେ ସେ ବମ୍ବେ କହିଥିଲେ । ବାସ୍‌ ଏତିକି ଶୁଣି ଅଧିକାରୀଜଣଙ୍କ ଫୋନ ରଖି ବିମାନବନ୍ଦରରେ ବୋମା ଥିବା ଭାବି ସିକ୍ୟୁରିଟି ଅଫିସରକୁ ସୂଚନା ଦେଇଥିଲେ । ପୂରା ବିମାନବନ୍ଦରରେ ସ୍ନିଫର ଡଗ୍‌କୁ ମୁତୟନ କରାଯିବା ସହ ଯାଞ୍ଚ କରାଯାଇଥିଲା । କିନ୍ତୁ ବୋମା ମିଳି ନଥିଲା । ଏହା ପରେ ଅଧିକାରୀଜଣଙ୍କ ଫୋନ ଆସିଥିବା ନମ୍ବରକୁ ଫୋନ କରି ପଚାରିବା ପରେ ଯୁବକଜଣ ବମ୍ବ ନୁହେଁ ବମ୍ବେ କହିଥିବା କହିଥିଲେ । ଏହା ସହ ଚାକିରି ବିଷୟରେ ବୁଝିବା ପାଇଁ ସେ କଲ କରିଥିବା କଥା ଜଣାଇଥିଲେ ।

ସମ୍ବନ୍ଧିତ ଖବର