ଭିନ୍ନମତ ରଖୁଥିବା ଲୋକମାନଙ୍କୁ ଦେଶଦ୍ରୋହୀ କହିବା ସମ୍ବିଧାନ ବିରୋଧୀ : ଜଷ୍ଟିସ ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ : ଭିନ୍ନମତ ହେଉଛି ଗଣତନ୍ତ୍ରର ସେଫଟି ଭାଲବ । ସରକାରଙ୍କ ସହ ଭିନ୍ନମତ ରଖିଥବା ଲୋକମାନଙ୍କୁ ଦେଶଦ୍ରୋହୀ କହିବା ସମ୍ବିଧାନର ମୂଳ ଆଦର୍ଶର ବିରୋଧୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଧନଞ୍ଜୟ ୟଶଓ୍ୱନ୍ତ ଚନ୍ଦ୍ରଚୂଡ଼ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରୀ କଳର ବ୍ୟବହାର କରି ବିରୋଧକୁ ଦବାଇବା ଏକ ବେଆଇନ କାର୍ଯ୍ୟ ।
Sambad is now on WhatsApp
Join and get latest news updates delivered to you via WhatsApp
ଅହମଦାବାଦଠାରେ ଅନୁଷ୍ଠିତ ଜଷ୍ଟିସ ପିପି ଦେଶାଇ ସ୍ମାରକୀ ଭାଷଣ ଦେଇ ସେ କହିଛନ୍ତି ଯେ ସମ୍ବିଧାନ ନିର୍ମାତାମାନେ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ବା ମୁସଲିମ ରାଷ୍ଟ୍ର ନକରି ଏକ ଗଣତନ୍ତ୍ର ରାଷ୍ଟ୍ର କରିଥିଲେ । ଭାରତୀୟ ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି, କୌଣସି ଗୋଟିଏ ଗୋଷ୍ଠୀ ଭାରତ ଉପରେ ଏକାଧିକାର ଦର୍ଶାଇ ପାରିବ ନାହିଁ ।