ନୂଆଦିଲ୍ଲୀ: ଗୁଜରାଟରେ ବିଜେପିର ରେକର୍ଡ ବିଜୟ ହୋଇଛି। ଲଗାତାର ୭ ଥର ପାଇଁ ବିଜେପି ଗୁଜରାଟରେ ନିର୍ବାଚନ ଜିତିଛି। ୨୦୧୭ରେ କଂଗ୍ରେସ ଦଳର ୩ ଜଣ ତାରକା ତଥା ହାର୍ଦ୍ଦିକ ପଟେଲ, ଅଳ୍ପେଶ ଠାକୁର ଏବଂ ଜିଗ୍ନେଶ ମେୱାନୀ ମଧ୍ୟ ଚଳିତ ନିର୍ବାଚନରେ ଜିତିଛନ୍ତି। ହାର୍ଦ୍ଦିକ ପଟେଲ ଏବଂ ଅଳ୍ପେଶ ଠାକୁର ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଅନ୍ୟପକ୍ଷେ ଜିଗ୍ନେଶ ମେୱାନୀ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ହାର୍ଦ୍ଦିକ ପଟେଲ ବୀରମଗାମରେ ନିର୍ବାଚନ ଜିତିଥିବା ବେଳେ ଅଳ୍ପେଶ ଠାକୁର ଗାନ୍ଧୀନଗର ଦକ୍ଷିଣ ଆସନରୁ ନିର୍ବାଚନ ଜିତିଛନ୍ତି। ଅନ୍ୟପକ୍ଷେ ଦଳିତ ନେତା ଜିଗ୍ନେଶ ମେୱାନୀ ବଡ଼ଗାମ ଆସନରୁ ନିର୍ବାଚନ ଜିତିଛନ୍ତି।
ଜିତିଲେ ହାର୍ଦ୍ଦିକ, ଅଳ୍ପେଶ, ଜିଗ୍ନେଶ
/sambad/media/post_attachments/wp-content/uploads/2022/12/65465a4654dg65g4dag65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)