ନୂଆଦିଲ୍ଲୀ: କାମ୍ବୋଡିଆରେ ଅନ୍ତିମ ସଂସ୍କାର ସମୟରେ ଚାଉଳରେ ତିଆରି ହୋଇଥିବା ପାଣି କିଛି ଲୋକଙ୍କ ପାଇଁ ବିଷ ପାଲଟି ଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପଚି ଯାଇଥିବା ଚାଉଳରେ ତିଆରି ହୋଇଥିବା ମଦ ପିଇବା ହେତୁ ୭ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୦ରୁ ଅଧିକ ଲୋକ ହସ୍ପିଟାଲରେ ମୃତ୍ୟୁ ସହ ସଂର୍ଘଷ କରୁଛନ୍ତି।
ପ୍ରକାଶିତ ରିପୋର୍ଟ ମୁତାବକ, କାମ୍ବୋଡିଆରେ କମ୍ପୋଙ୍ଗ ଛନାଙ୍ଗ ଅଞ୍ଚଳସ୍ଥ ଏକ ଗ୍ରାମରେ ଅନ୍ତିମ ସଂସ୍କାର ସମୟରେ ମଦର ବ୍ୟବସ୍ଥା କରାଯାଇଥିଲା। ଏଥିରେ ୧୦୦ରୁ ଊର୍ଧ୍ବ ଲୋକ ସାମିଲ ହୋଇ ଏହି ମଦକୁ ପିଇଥିଲେ। ମଦକୁ ପିଇବା ପରେ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସଙ୍ଗେସଙ୍ଗେ ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଚାଉଳରୁ ତିଆରି ହୋଇଥିବା ମଦରେ କ’ଣ କ’ଣ ମିଶ୍ରଣ କରାଯାଇଥିଲା ସେନେଇ ଯାଞ୍ଚ କରାଯାଉଛି। ବିଷ ଯୁକ୍ତ ମଦର ବିକ୍ରି ଓ ତାହାର ସେବନକୁ ବନ୍ଦ କରିବା ପାଇଁ ଗାଁକୁ ଅଧିକାରୀଙ୍କ ଏକ ଟିମ ପଠା ଯାଇଛି। ତେବେ କାମ୍ବୋଡିଆରେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ୨୦୧୮ ମସିହାରେ କ୍ରେଟି ରାଜ୍ୟରେ ମଦ ପିଇବା କାରଣରୁ ୧୪ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Untitled-2-1.jpg)