ବ୍ୟାଙ୍କକ୍ : ୟୁକ୍ରେନ-ରୁଷ, ମଧ୍ୟପୂର୍ବରେ ସଂଘର୍ଷ ଜାରି ରହିଥିବାବେଳେ ବିଶ୍ବର ଆଉ ଏକ ଅଂଚଳରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ତାହା ହେଉଛି ଦକ୍ଷିଣ-ପୂର୍ବ ଏସିଆ । ବିଗତ କିଛି ଦିନ ହେଲା କାମ୍ବୋଡିଆ ଓ ଥାଇଲାଣ୍ଡ ମଧ୍ୟରେ ଚାଲିଆସିଥିବା ଉତ୍ତେଜନା ଶେଷରେ ଏକ ସଂଘର୍ଷର ରୂପ ନେଇଛି ।
କାମ୍ବୋଡିଆ ପକ୍ଷରୁ ଥାଇଲାଣ୍ଡ ଉପରେ ରକେଟ ମାଡ଼ କରାଯିବା ପରେ ତାହାର ଜବାବରେ ଥାଇ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଛି । ଏହି ଏୟାର ଷ୍ଟ୍ରାଇକରେ ଥାଇ ବାୟୁସେନା ପକ୍ଷରୁ ଏଫ-୧୬ ଲଢୁଆ ବିମାନ ବ୍ୟବହାର କରାଯାଇଛି ।
କାମ୍ବୋଡିଆ ପକ୍ଷରୁ ଥାଇଲାଣ୍ଡ ଉପରେ ରକେଟ ମାଡ଼ କରାଯିବା ପରେ ତାହାର ଜବାବରେ ଥାଇ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଛି । ଏହି ଏୟାର ଷ୍ଟ୍ରାଇକରେ ଥାଇ ବାୟୁସେନା ପକ୍ଷରୁ ଏଫ-୧୬ ଲଢୁଆ ବିମାନ ବ୍ୟବହାର କରାଯାଇଛି । ସୀମାରେ ଉଭୟ ଦେଶର ସେନା ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି ଓ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଉଭୟ ପକ୍ଷର ଗୁଳିମାଡ଼ ଏବଂ ରକେଟ ଆକ୍ରମଣରେ ୯ ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି।
ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସୀମା ବିବାଦ ହିଂସାତ୍ମକ ରୂପ ନେବା ଏହା ପ୍ରଥମ ଥର ନୁହେଁ। କିନ୍ତୁ ଏଥର ମାମଲାଟି ଅଧିକ ଗମ୍ଭୀର ହେଉଥିବା ପରି ମନେ ହେଉଛି କାରଣ ଉଭୟ ପକ୍ଷର ସେନା ପୂର୍ଣ୍ଣ ବଳ ସହିତ ସାମ୍ନାରେ ଅଛନ୍ତି । ଉଭୟ ଦେଶର ସୀମାରେ ଥିବା ଏକ ପ୍ରାଚୀନ ଶିବ ମନ୍ଦିର ‘ପ୍ରସାତ ତା ମୁଏନ ଥୋମ’କୁ ନେଇ ବିବାଦ ରହିଛି । ଏହି ବିବାଦ ଏବେ ଏକ ଯୁଦ୍ଧର ରୂପ ନେଇଛି ।