‘କେମ୍ବି୍ରଜ୍‌ ଆନାଲିଟିକା’ କେଳେଙ୍କାରୀ

ଷ୍ଟିଙ୍ଗ୍‌ ଅପରେସନରେ ଧରାପଡ଼ିଲା ତଥ୍ୟ ଚୋରି, ସିଇଓ ସସ୍‌ପେଣ୍ଡ୍‌, ଅଧିକ କାର୍ଯ୍ୟାନୁଷ୍ଠାନ ସୁପାରିସ

ନୂଆଦିଲ୍ଲୀ: ଫେସ୍‌ବୁକ୍‌ରୁ ୫ କୋଟି ବ୍ୟବହାରକାରୀଙ୍କ ତଥ୍ୟ ନେଇ ଏହାକୁ ମନୋବୈଜ୍ଞାନିକସ୍ତରରେ ଅସ୍ତ୍ର ଭଳି ବ୍ୟବହାର କରିଥିବା ସଂସ୍ଥା କେମ୍ବି୍ରଜ୍‌ ଆନାଲିଟିକାକୁ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି। ବ୍ୟକ୍ତିଗତ ତଥ୍ୟର ଗଭୀର ଅନୁଶୀଳନ କରି ଏହାକୁ ସମର୍ଥନ ହାସଲ, ବିଭିନ୍ନ ପ୍ରସଙ୍ଗରେ ମତାମତ ପ୍ରଭାବିତ କରିବା ଏବଂ ରାଜନୈତିକ ଫାଇଦା ଉଠାଇବା ପାଇଁ ବ୍ୟବହାର କରାଯାଇଥିବା ସଂପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ ହୋଇଛି। କେମ୍ବି୍ରଜ୍‌ ଆନାଲିଟିକାର ବେଆଇନ କାରବାର ସଂପର୍କରେ ପର୍ଦ୍ଦାଫାସ କରିବା ପାଇଁ ଏକ ଅତ୍ୟନ୍ତ ଗୋପନ ଅଭିଯାନ ହୋଇଥିଲା ଏବଂ ଷ୍ଟିଙ୍ଗ୍‌ ଅପରେସନରେ ଏହାର ବରିଷ୍ଠ ଅଧିକାରୀମାନେ ଧରାପଡ଼ିଯାଇଥିଲେ। ମିଥ୍ୟା ଖବରର ପ୍ରଚାର ପ୍ରସାରକୁ ବ୍ୟାପକ କରିବା ସହ ମାନସିକ ଶୋଷଣ କରିବାରେ ଏହି ସଂସ୍ଥା କିଭଳି ହଟଚମଟ ସୃଷ୍ଟି କରିଛି ତାହା ଏହି ଅପରେସନରେ ଧରାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। କେମ୍ବି୍ରଜ୍‌ ଆନାଲିଟିକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଲେକ୍‌୍‌ଜାଣ୍ଡାର ନିକ୍ସଙ୍କୁ ନିଲମ୍ବିତ କରାଯାଇଛି ଏବଂ ଅନ୍ୟ କେତେକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ କରାଯାଇଛି। କେମ୍ବି୍ରଜ୍‌ ଏନାଲିଟିକା ୨୦୧୦ରେ ବିହାର ବିଧାନସଭା ନିର୍ବାଚନରେ ଭୋଟର୍‌ଙ୍କ ସଂପର୍କରେ ତଥ୍ୟ ବିଶ୍ଳେଷଣ କରିଥିବା ଏକ େଓ୍ଵବ୍‌୍‌ସାଇଟ୍‌ରେ ଦାବି କରିଛି। ଭାରତରେ ଏହି ମାମଲାକୁ ନେଇ ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଥିବାରୁ ନିର୍ବାଚନ କମିସନ ମଧ୍ୟ ଏଦିଗରେ ହସ୍ତକ୍ଷେପ କରିବା ପାଇଁ ବିଭିନ୍ନ ମହଲ ମତ ଦେଇଛନ୍ତି।

ଫେସ୍‌ବୁକ୍‌ର ପ୍ରତିକ୍ରିୟା ଓ ଖୋଳତାଡ଼
ଫେ୍‌ସବୁକ୍‌ ପ୍ରଥମ ଥର ପାଇଁ ନିଜ ବ୍ୟବହାରକାରୀଙ୍କ ତଥ୍ୟ ସୁରକ୍ଷା ପ୍ରସଙ୍ଗରେ ବଡ଼ ବିବାଦରେ ଫସିଛି। ତେବେ କେମ୍ବି୍ରଜ୍‌ ଆନାଲିଟିକା ବୈଧ ଉପାୟରେ ତଥ୍ୟ ସଂଗ୍ରହ କରିଛି ବୋଲି ଫେସ୍‌ବୁକ୍‌ ନିଜ ସଫେଇରେ କହିଛି । ଏହାକୁ ଏକ ସଫ୍‌୍‌ଟେଓ୍ଵର ପ୍ରୋଗ୍ରାମ ଦ୍ୱାରା ଡାଉନ୍‌ଲୋଡ଼ କରାଯାଇଥିବା ନେଇ ଯେଉଁ ଦାବି କରାଯାଉଛି ତାହା ମିଥ୍ୟା ବୋଲି ଫେସ୍‌୍‌ବୁକ କହିଛି। ୨୦୧୫ରେ ଫେସ୍‌୍‌ବୁକ୍‌ କୋଗାନ୍‌ଙ୍କ ଏପ୍‌୍‌କୁ ନିଷିଦ୍ଧ କରିଥିଲା ଏବଂ ଏ ବାବଦ ସମସ୍ତ ତଥ୍ୟ ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଅଧିକ ଖୋଳତାଡ଼ ପାଇଁ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଅହରହ କାର୍ଯ୍ୟ କରୁଛନ୍ତି ବୋଲି ଫେସ୍‌ବୁକ୍‌ କହିଛି।

ତଥ୍ୟ ଚୋରିର ମାଧ୍ୟମ ଓ ମନସ୍ତାତ୍ତ୍ୱିକ ବିଶ୍ଳେଷଣ
ଡେନାଲଡ୍‌ ଟ୍ରମ୍ପ୍‌ ୨୦୧୬ ନିର୍ବାଚନରେ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବା ପଛରେ କେମ୍ବି୍ରଜ୍‌ ଏନାଲିଟିକାର ବିଶେଷ ଭୂମିକା ରହିଥିଲା। ଟ୍ରମ୍ପ୍‌ ହ୍ଵାଇଟ୍‌ ହାଉସ୍‌ ଦଖଲ କରିବା ପରେ କେଂବ୍ରିଜ୍‌ ଆନାଲିଟିକା ସିଇଓ ଆଲେକ୍‌୍‌ଜାଣ୍ଡାର ନିକ୍ସ ଏହାପରେ ଖାଉଟିମାନଙ୍କ ମନସ୍ତାତ୍ତ୍ୱିକ ବିଶ୍ଳେଷଣକୁ ନେଇ ବିଭିନ୍ନ ଦାବି କରିଥିଲେ ଏବଂ ନିର୍ବାଚନ ପ୍ରଚାର ପାଇଁ ତାଙ୍କ ସଂସ୍ଥାର ରଣନୀତିକୁ ନେଇ କେତେକ ତଥ୍ୟ ପ୍ରଘଟ କରିଥିଲେ। ଏହାପରେ ବ୍ରିଟେନ୍‌ର ଚ୍ୟାନେଲ ୪ ନ୍ୟୁଜ୍‌ ପ୍ରସାରଣ ସଂସ୍ଥା ଏ ବାବଦରେ ଅନୁସନ୍ଧାନ ଆରମ୍ଭ କରିଥିଲା ଏବଂ ଗତ ସୋମବାର ଦିନ ଏକ ଷ୍ଟିଂଗ ଅପରେସନରେ ଏ ବାବଦ ତଥ୍ୟ ସାମ୍ନାକୁ ଆସିଥିଲା। ୨୦୧୪ରେ ଏହି ସଂସ୍ଥା ଏକ ସ୍ୱତନ୍ତ୍ର ଏପ୍‌୍‌ ବିକାଶ କରିଥିଲା ଯାହା ମାଧ୍ୟମରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ତଥ୍ୟ ହାସଲ ପରେ ସଂପୃକ୍ତ ବ୍ୟକ୍ତିଙ୍କ ମନସ୍ତାତ୍ତ୍ୱିକ ବିଶ୍ଲେଷଣ ଅତି ସହଜରେ ହୋଇପାରୁଥିଲା। ଏହି ଆପ୍‌ର ନାମ ଦିଆଯାଇଥିଲା ‘ଦିସ୍‌ ଇଜ୍‌୍‌ ୟୋର୍‌ ଡିଜିଟାଲ ଲାଇଫ୍‌୍‌’। ଏହି ପ୍ରକ୍ରିୟାରେ ୫ କୋଟି ଫେସ୍‌୍‌ବୁକ୍‌ ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରି ଏକ ସଫ୍‌୍‌ଟେଓ୍ଵର ସହାୟତାରେ ଗଭୀର ଅନୁଶୀଳନ କରାଯାଇଥିଲା। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଏହି ଆପ୍‌୍‌ର ବ୍ୟବହାର କରି ଭୋଟର୍‌୍‌ଙ୍କୁ ପ୍ରଭାବିତ କରାଯାଇଥିଲା। ଫେ୍‌୍‌ସବୁକରୁ ତଥ୍ୟ ଡାଉନ୍‌ଲୋଡ଼ କରିବା ପାଇଁ ଏକ ସ୍ୱତନ୍ତ୍ର ସଫ୍‌୍‌ଟେଓ୍ଵରର ବିକାଶ କରାଯାଇଥିଲା ଏବଂ ଏହାର ମୁଖ୍ୟ ସଂଚାଳକ ଥିଲେ ବ୍ରିଟିଶ୍‌ ଶିକ୍ଷାବିତ ଆଲେକ୍‌୍‌ଜାଣ୍ଡାର କୋଗାନ। ପରବର୍ତ୍ତୀ ସମୟରେ କୋଗାନ ଏହି ତଥ୍ୟକୁ କେମ୍ବି୍ରଜ୍‌ ଆନାଲିଟିକାକୁ ହସ୍ତାନ୍ତର କରିଥିଲେ।

ଆମେରିକା ଭୋଟର୍‌ଙ୍କୁ ପ୍ରଭାବିତ କରିଥିଲା
କେମ୍ବି୍ରଜ୍‌ ଆନାଲିଟିକା ହେଉଛି କେନ୍ଦ୍ରୀୟ ଲଣ୍ଡନରେ ଅବସ୍ଥିତ ଏକ ସାମାଜିକ ଗବେଷଣା ପ୍ରତିଷ୍ଠାନ ଯାହାକି ନିର୍ବାଚନ ରଣନୀତି ପରାମର୍ଶ ଏବଂ ଖାଉଟି ପ୍ରୋତ୍ସାହନ ପାଇଁ ବ୍ୟାପକ ଭାବେ କାର୍ଯ୍ୟରତ। ୨୦୧୩ରେ ମୁଖ୍ୟତଃ ଆମେରିକା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ସଂସ୍ଥାର ବିକାଶ ହୋଇଥିଲା ଏବଂ ଏହି ସଂସ୍ଥା ପାଇଁ ରିପବ୍ଲିକାନ ପାର୍ଟିର ନେତା ରବର୍ଟ ମର୍ସର ୧୫ ନିୟୁତ ଡଲାର ସହାୟତା ଦେଇଥିଲେ। ପ୍ରଥମେ ଏହି ସଂସ୍ଥା ଖାଉଟିମାନଙ୍କୁ ନେଇ ଗବେଷଣା ଆରମ୍ଭ କରିବା ସହ ବିଭିନ୍ନ ଉତ୍ସରୁ ଖାଉଟିମାନଙ୍କ ତଥ୍ୟ ନେଇ ତାହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିଥିଲା। ପ୍ରଥମେ ବାଣିଜ୍ୟିକ କ୍ଷେତ୍ରରେ ଖାଉଟିଙ୍କ ତଥ୍ୟ ବ୍ୟବହାର କରି ଏହି ସଂସ୍ଥା ଚର୍ଚ୍ଚାକୁ ଆସିଥିଲା। ବ୍ରିଟେନର ଚ୍ୟାନେଲ୍‌-୪ ନ୍ୟୁଜ୍‌ ରିପୋର୍ଟ ଅନୁଯାୟୀ ମାତ୍ର ଦୁଇ ବର୍ଷ ମଧ୍ୟରେ ଏହି ସଂସ୍ଥା ବିଶାଳ ସାମାଜିକ ଗବେଷଣା ଏବଂ ପରାମର୍ଶ କେନ୍ଦ୍ର ପାଲଟି ଯାଇଥିଲା ଏବଂ ଲଣ୍ଡନ ପରେ ନ୍ୟୁୟର୍କ, ଓ୍ଵାସିଂଟନ, ବ୍ରାଜିଲ ଏବଂ ମାଲେସିଆରେ ଏହାର ଏହା କାର୍ଯ୍ୟାଳୟ ଖୋଲିଥିଲା। ବିଭିନ୍ନ ଉତ୍ସରୁ ସୋସିଆଲ ମିଡିଆ ବ୍ୟବହାରକାରୀ ଏବଂ ଖାଉଟିଙ୍କ ତଥ୍ୟ ଚୋରି କରି ଆଣିବା ପରେ ଏହାକୁ ଗଭୀର ଅନୁଶୀଳନ କରାଯାଉଥିଲା। ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ନିର୍ଦ୍ଦିଷ୍ଟ ସ୍ୱାର୍ଥ ହାସଲ ଦିଗରେ ମତାଇବାକୁ ଯୋଜନାବଦ୍ଧ ଉଦ୍ୟମ ହେଉଥିଲା ଏବଂ କ୍ଲାଏଣ୍ଟଙ୍କ ଚାହିଦା ମୁତାବକ ମାନସିକସ୍ତରରେ ପ୍ରଭାବିତ ପାଇଁ ବିଭିନ୍ନ ସଫ୍‌ଟେଓ୍ଵର ସହାୟତା ନିଆଯାଉଥିଲା।

ସମ୍ବନ୍ଧିତ ଖବର