ରାଣୀ ଏଲିଜାବେଥଙ୍କ ପରେ କାହା ମୁକୁଟରେ ଶୋଭା ପାଇବ କୋହିନୂର ?

ଲଣ୍ଡନ : ବ୍ରିଟେନ ରାଣୀଙ୍କ ପୁଅ ପ୍ରିନ୍ସ ଚାର୍ଲସ ହେବେ ପରବର୍ତ୍ତୀ ରାଜା । ଏହା ସହିତ ତାଙ୍କ ପତ୍ନୀ କାମିଲାଙ୍କ ମୁକୁଟରେ ଶୋଭା ପାଇବ ବିଶ୍ବର ସବୁଠାରୁ ପ୍ରସିଦ୍ଧ ଓ ରହସ୍ୟମୟ ହୀରା କୋହିନୂର ।

ବ୍ରିଟେନର ରାଣୀ ଏଲିଜାବେଥ ସିଂହାସନ ଆରୋହଣ କରିବାର ୭ ଦଶନ୍ଧି ଅତିକ୍ରମ କରିଛନ୍ତି । ଏହା ସହିତ ସେ ବ୍ରିଟେନ ଇତିହାସରେ ସବୁଠାରୁ ଲମ୍ବା ସମୟ ଧରି ରହିଥିବା ରାଣୀ ପାଲଟିଛନ୍ତି । ୧୯୫୨, ଫେବ୍ରୁଆରି ୬ରେ କିଙ୍ଗ ଜର୍ଜ ୬ଷ୍ଠଙ୍କ ମୃତ୍ୟୁପରେ ସେ ରାଣୀଭାବେ ଅଭିଷିକ୍ତ ହୋଇଥିଲେ ।

ରାଣୀ ଏଲିଜାବେଥଙ୍କ ମୃତ୍ୟୁପରେ ପରମ୍ପରା ଅନୁସାରେ ତାଙ୍କ ପୁଅ ପ୍ରିନ୍ସ ଚାର୍ଲସଙ୍କ ରାଜ୍ୟାଭିଷେକ ହେବ । ଏହା ସହିତ ତାଙ୍କ ପତ୍ନୀ କାମିଲା କ୍ବିନ କନସର୍ଟ ମାନ୍ୟତା ପାଇବେ । ଏ ନେଇ ଖୋଦ ରାଣୀ ଏଲିଜାବେଥ ନିଜର ଇଚ୍ଛା ଜାହିର କରିଛନ୍ତି । ଏହି ମାନ୍ୟତା ପାଇବା ପରେ ତାଙ୍କ ପାଖକୁ ରାଣୀ ଏଲିଜାବେଥଙ୍କ ସମସ୍ତ ଅଳଙ୍କାର ଆସିବ । ତା’ ମଧ୍ୟରେ ରହିଛି ପ୍ଲାଟିନମ ଓ ହୀରା ଖଚିତ ମୁକୁଟ ଯେଉଁଥିରେ ଶୋଭା ପାଉଛି ପ୍ରସିଦ୍ଧ କୋହିନୂର ହୀରା ।

ତେବେ କେବଳ ରାଣୀମାନେ କାହିଁକି କୋହିନୂରକୁ ଧାରଣ କରନ୍ତି ? କାହିଁକି ପ୍ରିନ୍ସ ଚାର୍ଲସ ଏହାକୁ ଧାରଣ କରିବେ ନାହିଁ ? ଏହା ପଛରେ ରହିଛି କୋହିନୂରର ରକ୍ତରଂଜିତ ଓ ରହସ୍ୟମୟ ଇତିହାସ । ଯେଉଁ ରାଜା ଏହାକୁ ଧାରଣ କରିଛି ତାଙ୍କର ହୋଇଛି ଅତ୍ୟନ୍ତ ବିଭତ୍ସ ହତ୍ୟା । ମହାରାଜା ରଣଜିତ ସିଂ ଏହାକୁ ହାତରେ ଧାରଣ କରୁଥିଲେ ବି ଶେଷ ସମୟରେ ନିଜ ପୁରୋହିତମାନଙ୍କ ପରାମର୍ଶକ୍ରମେ ଏହାକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦାନ କରିଦେଇଥିଲେ । କିନ୍ତୁ ପୁରୀ ଆସିବା ପୂର୍ବରୁ ଏହାକୁ ଇଂରେଜମାନେ ବଳପୂର୍ବକ  ଇଂଲଣ୍ଡ ନେଇଯାଇଥିଲେ ।

ସମ୍ବନ୍ଧିତ ଖବର