ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଶ୍ଚିମବଙ୍ଗ, ଆସାମରେ ପ୍ରଚାର ଶେଷ

ନନ୍ଦିଗ୍ରାମ ଲଢ଼େଇ ଉପରେ ନଜର

କୋଲକାତା/ ଗୌହାଟୀ: ଏପ୍ରିଲ ୧ରେ ହେବାକୁ ଥିବା ପଶ୍ଚିମବଙ୍ଗ ଏବଂ ଆସା‌ମର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ‌ ହୋଇଛି। ଆସାମରେ ଦ୍ବିତୀୟ ପର୍ଯ୍ୟା‌ୟରେ ୩୯ ଆସନରେ ୨୬ ମହିଳାଙ୍କ ସମେତ ମୋଟ୍‌ ୩୪୫ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେହିପରି ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟରେ ୪ ଜିଲ୍ଲାର ୩୦ଟି ଆସନରେ ୧୯ ମହିଳାଙ୍କ ସମେତ ୧୭୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ତେବେ ନନ୍ଦିଗ୍ରାମ ଲଢ଼େଇ ଉପରେ ସମସ୍ତଙ୍କ ନଜର ରହିଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଛି। ନିର୍ବାଚନ କମିସନ୍‌ ଅନୁଯାୟୀ ମୋଟ୍‌ ୭୫,୯୪,୫୪୯ ଜଣ ଭୋଟର ୧୦,୬୨୦ ବୁଥ୍‌ରେ ଭୋଟ୍‌ ଦେବେ। ଦ୍ବିତୀୟ ପର୍ଯ୍ୟାୟ‌ରେ ସମସ୍ତ ବୁଥ୍‌କୁ ନିର୍ବାଚନ କମିସନ୍‌ ସମ୍ବେଦନଶୀଳ ଘୋଷଣା କରିଛନ୍ତି। ବାଙ୍କୁଡ଼ା, ପୂର୍ବ ମେଦିନୀପୁର, ପଶ୍ଚିମ ମେଦିନୀପୁର ଏବଂ ଦକ୍ଷିଣ ୨୪ ପ୍ରଗଣାରେ ନିର୍ବାଚନ କମିସନ୍‌ ୬୫୧ କମ୍ପାନି କେନ୍ଦ୍ରୀୟ ବାହିନୀ ମୁତୟନ କରିଛନ୍ତି।

ସମ୍ବନ୍ଧିତ ଖବର